ଭରତପୁର ପୋଲିସ ଉପରେ ଆକ୍ରମଣ ଘଟଣାରେ ୬ ଅଭିଯୁକ୍ତ ଗିରଫ, ୪ ଟି ମାମଲା ରୁଜୁ

ଭୁବନେଶ୍ୱର  : ଭରତପୁର ପୋଲିସ ଉପରେ ଆକ୍ରମଣ ଘଟଣାରେ ୬ ଅଭିଯୁକ୍ତ ଗିରଫ। ପୂରା ଘଟଣାକ୍ରମରେ ୪ ଟି ମାମଲା ରୁଜୁ ହୋଇଛି। ଗତ ରାତିରେ ଭାରତପୁର ଥାନାର ପୋଲିସ କର୍ମଚାରୀ ଓ ପୋଲିସ ଭ୍ୟାନ ଉପରେ ଆକ୍ରମଣ ହୋଇଥିଲା। ଘର ମାଲିକାନା ହାତେଇବାକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ବିବାଦରୁ ରାତିରେ ଖଣ୍ଡା ବୁଲିଥିଲା।

ଭରତପୁର ଥାନାଧିକାରୀ, ଜଣେ ମହିଳା ଅଫିସର, ପୋଲିସ ଭ୍ୟାନ ଡ୍ରାଇଭର ଆହତ ହୋଇଥିଲେ । ଖଣ୍ଡା ଚୋଟରେ ଗୁରୁତର ହୋଇ ୪ ଜଣ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ଏହି ଘଟଣାରେ ମୋଟ ୪ ଟି କେସ ରୁଜୁ ହୋଇଛି । ୬ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଛି । ଅନ୍ୟମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ଥିବା ସୂଚନା ଦେଇଛନ୍ତି ଡିସିପି ।