କରୋନା ରୋଗୀଙ୍କ ଶବ ସତ୍କାରକୁ ନେଇ ପୋଲିସ୍ ଓ ପ୍ରଶାସନକୁ ଆକ୍ରମଣ ଘଟଣା, ୬ ଗିରଫ

କରଞ୍ଜିଆ: ଗତ ୧୧ ତାରିଖରେ କରୋନା ରୋଗୀଙ୍କ ଶବ ସତ୍କାରକୁ ନେଇ ପୋଲିସ ଏବଂ ପ୍ରଶାସନକୁ ଆକ୍ରମଣ ଘଟଣା, ୬ ଗିରଫ । ପୋଲିସ୍ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରିବାବେଳେ, ୬ ଜଣକୁ ଗିରଫ କଲା ଠାକୁରମୁଣ୍ଡା ପୋଲିସ । ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସୁନାରି ପୋଷିଗାଁରେ ଘଟିଥିଲା ଏପରି ଅଭାନବୀୟ ଘଟଣା ।

ଉକ୍ତ ଗାଁରେ ଶବ ସତ୍କାରକୁ ନେଇ ପ୍ରଶାସନ ଓ ପୋଲିସ ଉପରେ ଆକ୍ରମଣ କରିଥିଲେ ଶତାଧିକ ଗ୍ରାମବାସୀ ।ତେବେ ଆଜି ଠାକୁରମୁଣ୍ଡା ପୋଲିସ ପକ୍ଷରୁ ଗିରଫଦାରୀ ଆରମ୍ଭ ହୋଇଛି । ଉକ୍ତ ଘଟଣା ଦିନ ଠାକୁରମୁଣ୍ଡା ତହସିଲଦାର, ଥାନା ଅଧିକାରୀ କିଛି ପୋଲିସ କର୍ମଚାରୀ ସମେତ ଠାକୁରମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଗ୍ରାମବାସୀ ମାନେ ଠେଙ୍ଗାବାଡ଼ି ଧରି ସଙ୍ଘବୋଧ ଆକ୍ରମଣ କରିଥିଲେ । ଯାହାଫଳରେ ଦୁଇଜଣ ପୋଲିସ କନେଷ୍ଟବଳ ଏବଂ ଠାକୁରମୁଣ୍ଡା ମେଡ଼ିକାଲ ଅଫିସର ଆହତ ହୋଇଥିଲେ । ତେବେ ଏନେଇ ଠାକୁରମୁଣ୍ଡା ଥାନା ଅଧିକାରୀ ନିଜଆଡୁ ମାମଲା ରୁଜ୍ଜୁ କରି ଏବେ ଗିରଫ ଦାରୀ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.