କୋରାପୁଟ: ପାଡୁଆ ଷ୍ଟେସନ୍‌ରେ ମାଲ ବୋଝେଇ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ, ୬ଟି ବଗି ଲାଇନଚ୍ୟୁତ

କୋରାପୁଟ(କେନ୍ଯୁଜ୍): ମାଲ ବୋଝେଇ ଟ୍ରେନ୍‌ ଦୁର୍ଘଟଣା । ୬ଟି ବଗି ଲାଇନଚ୍ୟୁତ । କୋରାପୁଟ ଷ୍ଟେସନ୍‌ ଠାରୁ ୨୫ କିଲୋମିଟର ଦୂର ପାଡୁଆ ଷ୍ଟେସନ୍‌ରେ ଦୁର୍ଘଟଣା । କିରଣ୍ଡୁଲା ଲୁହାପଥର ବୋଝେଇ ଟ୍ରେନଟି ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ଭେଜା ନିକଟରେ ଲାଇନଚ୍ୟୁତ୍‌ ହୋଇଛି ।

ବଗି ଲାଇନଚ୍ୟୁତ ହେବା ପରେ ଟ୍ରେନ ଚଳାଚଳ ବନ୍ଦ ରହିଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । କୋରାପୁଟର ଉଧାରକାରୀ ଦଳ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ବିଶାଖାପାଟଣା-କୋରାପୁଟ-କିରଣ୍ଡୁଲ ଓ କିରଣ୍ଡୁଲ-କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସ୍‌ ବାତିଲ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.