କନ୍ଧମାଳ କାମ୍ବ୍ରିକିଆ ଗାଁରେ ଅଘଟଣ: ବଜ୍ରପାତରେ ୬ ଗାଈଗୋରୁ ମୃତ

କନ୍ଧମାଳ: ବଜ୍ରପାତରେ ୬ ଗାଈ ଗୋରୁ ମୃତ । କନ୍ଧମାଳ ଜିଲ୍ଲା ଟିକାବାଲି ଥାନା କାମ୍ବ୍ରିକିଆ ଗାଁରେ ଅଘଟଣ ଘଟିଛି । ବର୍ଷା ହେଉଥିବାବେଳେ, ଗାଈ ଗୋରୁ ମାନେ ଗଛମୂଳରେ ଆଶ୍ରୟ ନେଇଥିଲେ ।

ତେବେ ଠିକ୍ ସେହି ସମୟରେ ହଠାତ ବଜ୍ରପାତ ହୋଇଥିଲା। ଯାହାଫଳରେ ଗାଈଗୋରୁଙ୍କ ମୃତ୍ୟୁ ଘଟିଥିଲା । ଗୋରୁ ମାଲିକମାନଙ୍କୁ ତୁରନ୍ତ ପ୍ରଶାସନ ଆର୍ଥିକ ସହାୟତା ଯୋଗାଇଦେବା ଲାଗି ଗ୍ରାମବାସୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.