ଶିକାର ପାଇଁ ଯାଇଥିବା ବେଳେ ଶିମିଳିପାଳରୁ ୬ ଜଣ ଶିକାରୀ ଗିରଫ, ୪ ଦେଶି ବନ୍ଧୁକ ସହିତ ବିସ୍ଫୋରକ ଜବତ

ଶିମିଳିପାଳ: ଶିକାର ପାଇଁ ଯାଇଥିବା ବେଳେ ଶିମିଳିପାଳରୁ ୬ ଜଣ ଶିକାରୀ ଗିରଫ, ୪ ଦେଶି ବନ୍ଧୁକ ଏବଂ ବିସ୍ଫୋରକ ସହିତ ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କଲେ ବନ କର୍ମଚାରୀ । ଡୁକୁରା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପେଟ୍ରୋଲିଂ ଜାରି ରହିଥିବା ବେଳେ ଅଭୟାରଣ୍ୟର କୁଆଝର ନିକଟକୁ ଶିକାର ପାଇଁ ଯାଇଥିବା ୬ ଜଣ ଶିକାରୀଙ୍କୁ ବନକର୍ମଚାରୀ ମାନେ ଅଭୟାରଣ୍ୟର ଚାରିଛକ ଠାରେ ଗିରଫ କରିଥିଲେ ।

ସେମାନଙ୍କ ନିକଟରୁ ୪ ଗୋଟି ଦେଶୀ ବନ୍ଧୁକ ୧୦୦ ଗ୍ରାମ ବିସ୍ଫୋରକ ସହିତ ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଗୁଡ଼ିକୁ ଜବତ କରିଥିଲେ । ତେବେ ଗିରଫ ସମସ୍ତ ୬ ଅଭିଯୁକ୍ତ ମାନେ ଉଦଳା ଥାନା ଅଧିନସ୍ଥ କାଶିକୁଣ୍ଡଳା ଗ୍ରାମର ବୋଲି ବନ ବିଭାଗ ପ୍ରକାଶ କରିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.