ଚିଲିକାର ନୂଆପଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା, ଗୁଣିଗାରେଡି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ୬ଜଣ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ
ପୁରୀ: ଅନ୍ଧବିଶ୍ୱାସର ଅନ୍ଧାରି ଗଳିରୁ ମୁକୁଳି ପାରୁନି ମଣିଷ। ଗୁଣିଗାରେଡି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ୬ଜଣ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ଚିଲିକାର ନୂଆପଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଓ ଅମାନବୀୟ ଘଟଣା। ଗତ ୧୨ତାରିଖ ଦିନ ବୃଦ୍ଧା ଜଣକ ନିଜ ଘରେ ରୋଷେଇ କରୁଥିବା ବେଳେ ସେହି ଗାଁର ୬ଜଣ ଲୋକ ତାଙ୍କ ଘରେ ପଶି ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କୁ ତଳେ ପକାଇ ବିଧାଗୋଇଠା ସହ କାଠଫାଳିଆରେ ନିସ୍ତୁକ ପିଟିଥିଲେ। ଏନେଇ ବୃଦ୍ଧାଜଣକ କୃଷ୍ଣପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ ସହ ନ୍ୟାୟ ଦାବିରେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରିଣୀ।