ଆଗକୁ ପ୍ରବଳ ବର୍ଷା ସମ୍ଭାବନା! ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌

ସମ୍ବଲପୁର(କେନ୍ୟୁଜ୍): ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଖୋଲିଛି ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ । ଗତକାଲି ପ୍ରଥମେ ୪ଟି ଗେଟ୍‌ ଖୋଲିଥିଲା । ପରେ ଆଉ ୨ଟି ଖୋଲିଛି । ବର୍ତ୍ତମାନ ମୋଟ୍‌ ୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ହୀରାକୁଦ ଜଳଭଣ୍ଡାରରୁ ପାଣି । ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ରହିଛି ୬୨୯ ଫୁଟ୍‌ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି ୭୩ହଜାର ୩୧୧ କ୍ୟୁସେକ୍‌ ପାଣି ।

ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୧ ଲକ୍ଷ ୩୯ ହଜାର ୮୪୦ କ୍ୟୁକେସ୍‌ ଜଳ । ୬ଟି ଗେଟ୍‌ ଖୋଲିଥିବା ବେଳେ ଡ୍ୟାମର ତଳମୁଣ୍ଡରେ କୌଣସି ପ୍ରକାର ବିପତ୍ତି ଆସିବ ନାହିଁ ବୋଲି ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ କହିଛନ୍ତି । ତଥାପି ମହାନଦୀ ଭିତରକୁ କାହାକୁ ନଯିବା ପାଇଁ ସତର୍କ କରାଯାଇଛି । ଆଗକୁ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ହୀରାକୁଦ ଜଳଭଣ୍ଡାରର ଗେଟ୍‌ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଥିଲା ।

Leave A Reply

Your email address will not be published.