ମାଲକାନଗିରି ପୋଲିସକୁ ଆକ୍ରମଣ ଘଟଣା, ୬ ଗିରଫ

ମାଲକାନଗିରି (କେନ୍ୟୁଜ୍‌): ମାଲକାନଗିରି ପୋଲିସକୁ ଆକ୍ରମଣ ଘଟଣାରେ ୬ ଗିରଫ । କୋରାପୁଟ ମାଟିଖାଲ ଗାଁର ୬ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କୋରାପୁଟ ପୋଲିସ୍‌ । ରାତି ଅଧିଆ ଶୁକ୍ରବାର ଦିନ ଗଞ୍ଜେଇ ଚାଲାଣ ଖବର ପାଇ ମାଲକାନଗିରି ପୋଲିସ ରେଡ୍‌ ପାଇଁ ଯାଇ ଆକ୍ରମଣର ଶିକାର ହୋଇଥିଲା । ଚଢଉ ବେଳେ ୪ ପୋଲିସ କର୍ମୀଙ୍କୁ ଆକ୍ରମଣ କରିଥିଲେ ଗ୍ରାମବାସୀ ।

ମାଛକୁଣ୍ଡ ପୋଲିସ ପହଞ୍ଚି ମାଲକାନଗିରି ପୋଲିସଙ୍କୁ ଉଦ୍ଧାର କରିଥିଲା । ପରେ ଗିରଫଦାରି ଭୟରେ ପୁରୁଷ ଶୂନ୍ୟ ହୋଇପଡିଥିଲା ଗାଁ । ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଗାଁର ଘରେ ଘରେ ପଶି ଯାଞ୍ଚ କରିଥିଲା ପୋଲିସ । ଆଜି ପୋଲିସ ୬ଜଣଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.