ରାଜ୍ୟ

ବନ୍ଧୁକ ଦେଖାଇ ଟଙ୍କା ଲୁଟ ଘଟଣାରେ ଯଶିପୁର ବିଧାୟକଙ୍କ ଗାଡି ଡାଇଭର ସହିତ ୬ ଗିରଫ

କରଞ୍ଜିଆ(କେନ୍ୟୁଜ): ବନ୍ଧୁକ ଦେଖାଇ ଟଙ୍କା ଲୁଟ ଘଟଣାରେ ଯଶିପୁର ବିଧାୟକଙ୍କ ଗାଡି ଡାଇଭର ସହିତ ୬ ଗିରଫ । ସୂଚନା ମୁତାବକ, ଗତ ଏପ୍ରିଲ ୧୪ ତାରିଖରେ ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗାପାଟ ପେଟ୍ରୋଲ ପମ୍ପ ନିକଟରୁ ଜୈନେକ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ୩୦ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ସମ୍ପୃକ୍ତ ୬ଅଭିଯୁକ୍ତଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି କରଞ୍ଜିଆ ପୋଲିସ ।

ଗିରଫ ଅଭିଯୁକ୍ତ ମାନେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗରେ ସାମିଲ ଥିବାବେଳେ ବିଭିନ୍ନ ଜାଗାରୁ ଲୁଟ ମଧ୍ୟ କରିଥିବା ପୋଲିସ ସୂଚନା ଦେଇଛି । ସେହିପରି ଜଣେ ଅଭିଯୁକ୍ତ ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଡ୍ରାଇଭର ଭାବେ କିଛି ଦିନ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଗତ ଏପ୍ରିଲ ୧୪ ତାରିଖରେ ଲୁଟ ଘଟଣାରେ ତାର ସମ୍ପୃକ୍ତି ଥିଲା ।

ଅନ୍ଯପଟେ ଗତ ୧୦ ତାରିଖ ଦିନ ୬ଜଣ ଡକାୟତ ସିଙ୍ଗଡା ଜଙ୍ଗଲ ନିକଟରେ ଲୁଟପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ସେଠାରୁ ମାତ୍ର ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।ଅନ୍ୟ ତିନି ଜଣ ସେଠାରୁ ଖସି ପଳାଇ ଯାଇଥିବାବେଳେ କରଞ୍ଜିଆ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ।

ଅପରପକ୍ଷେ, ବିଧାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଉକ୍ତ ଡ୍ରାଇଭର ଜଣଙ୍କ ଅସ୍ଥାୟୀ ଭାବେ ତାଙ୍କ ନିକଟରେ କେବଳ ୧୫ଦିନ ପାଖାପାଖି ଗାଡି ଚଳାଇଛନ୍ତି। ତାହା ପୁଣି ଚଳିତ ପଞ୍ଚାୟତ ନିର୍ବାଚନ ସମୟରେ।

Sonalisa

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

4 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

29 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

38 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago