କନ୍ଧମାଳ : ନଦୀ ପାର ହେଉଥିବା ବେଳେ ଛିଡ଼ିଗଲା ତାର: ଭାସିଗଲେ ୬ ଜଣ ମହିଳା, ଉଦ୍ଧାର କଲେ ଯୁବକ

କନ୍ଧମାଳ(କେନ୍ୟୁଜ୍) : ତଳେ ଖଡଗ ନଦୀ । ନଦୀ ପାର ହେବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏକ ତାର ଉପରେ ଚାଲି ଚାଲି ଯିବାକୁ ପଡେ । ହେଲେ ହଠାତ୍ ତାର ଛିଡିଯିବାରୁ ନଦୀରେ ପଡ଼ି ଭାସିଗଲେ ୬ ଜଣ ମହିଳା । ସ୍ଥାନୀୟ ଅଞ୍ଚଳର ତିନି ଜଣ ଯୁବକ ସାହସିକତା ଦେଖାଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକ ବୁରାଙ୍ଗିଆ ଗାଁରେ । ନଦୀ ପାର ହେବାକୁ କୌଣସି ପୋଲର ବ୍ୟବସ୍ଥା ନଥିବାରୁ ପ୍ରତିଦିନ ଗାଁଲୋକେ ଏପରି ବିପଦସଙ୍କୁଳ ଅବସ୍ଥାରେ ପ୍ରତିଦିନ ଯାଆସ କରିଥାନ୍ତି । କିଣାବିକା ଠାରୁ ଆରମ୍ଭ କରି ହସ୍ପିଟାଲ ଏପରିକି ସ୍କୁଲ ଯିବାକୁ ହେଲେ ଏହି ତାର ହିଁ ଭରସା । ପିଲାଠୁ ବୁଢା ସମସ୍ତେ ଏପର ପ୍ରତିଦିନ ଯିବା ଆସିବା କରିଥାନ୍ତି । ଏହି ନଦୀ ପାର ହେବା ପାଇଁ ଏକ ପୋଲ ନିର୍ମାଣ କରାଯାଉଛି । ହେଲେ ଏପର୍ୟ୍ୟନ୍ତ ପୋଲ ନିର୍ମାଣ କାମ ଶେଷ ହୋଇନଥିବାରୁ ଏପରି ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରିବାକୁ ପଡ଼ୁଛି ।

 

You might also like