ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷାରେ ବାଜି ମାରିଲେ ଓଡ଼ିଆ, ପ୍ରଥମ ଶହେ ମଧ୍ୟରେ ଅଛନ୍ତି ୪ ଜଣ

କେନ୍ୟୁଜ୍‌: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷାରେ ବାଜି ମାରିଛନ୍ତି ଓଡ଼ିଆ । ୧୬ ଜଣ ଓଡ଼ିଆ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଶହେ ଜଣଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଓଡ଼ିଆ । ୬୩ ନମ୍ବରରେ ଅଛନ୍ତି ସୋନପୁରର କାର୍ତ୍ତିକ ପାଣିଗ୍ରାହୀ । ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ଇତିହାସ ବିଭାଗରେ ସ୍ନାତୋକତର ଡିଗ୍ରୀ ହାସଲ ପରେ ଏବେ ସେହି ବିଶ୍ୱବିଦ୍ୟାଳୟରେ ଏମ୍‌ଫିଲ୍‌ କରୁଛନ୍ତି । UPSC ପରୀକ୍ଷାରେ ୬୩ ର‍୍ୟାଙ୍କରେ କୃତକାର୍ଯ୍ୟ ହୋଇଥିବା କାର୍ତ୍ତିକ ପାଣିଗ୍ରାହୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.