ଓଡ଼ିଶାକୁ ପୁଣି ଫେରିଲା କି କରୋନା ? ଚିନ୍ତା ବଢ଼ାଇଲା ଶିଶୁ ଓ କିଶୋରଙ୍କୁ ସଂକ୍ରମଣ, ଗୋଟିଏ ଦିନରେ ୬୪ ଜଣ ପଜିଟିଭ ଚିହ୍ନଟ

ରାୟଗଡା (କେନ୍ୟୁଜ): ରାୟଗଡାର ସଦର ବ୍ଲକରେ କୋଟଲାଗୁଡା ସ୍ଥିତ ଅନ୍ୱେଷା ହଷ୍ଟେଲର ୪୪ ଜଣ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଖବର ପ୍ରଚାର ପରେ ରାଜ୍ଯ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ ଦଳ କୋଟଲାଗୁଡ଼ା ଠାରେ ପହଞ୍ଚି ଛନ୍ତି । ତେବେ ଛାତ୍ରୀ ଙ୍କ ଠାରେ କରୋନା ଲକ୍ଷଣ ଦେଖା ଯାଇ ନ ଥିବା ବେଳେ ସମସ୍ତ ଛାତ୍ର ସୁସ୍ଥ ଥିବାଜଣାପଡିଛି । ଗତ ୪ ତାରିଖରେ ସ୍ୱାସ୍ଥ୍ୟ ବିଭାଗର ଆରଆରଟି RRT ଟିମ ପକ୍ଷରୁ ବ୍ଳକ – ୧ ହଷ୍ଟେଲ ରହୁଥିବା ୨୫୭ ଜଣ ପିଲାଙ୍କ rtpcr ଟେଷ୍ଟ କରାଯାଇଥିଲା ।

ଏଥିରେ ୪୪ ଜଣ ଛାତ୍ରଙ୍କ ନମୂନା ପଜିଟିଭ ହୋଇଥିବା ବେଳେ ହଷ୍ଟେଲ କର୍ତ୍ତୁପକ୍ଷ ପକ୍ଷରୁ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଥବା ନେଇ ହଷ୍ଟେଲ ମେଟ୍ରୋନ ପ୍ରକାଶ କରିଛନ୍ତି । ରାୟଗଡାର ୮ଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏହି ହଷ୍ଟେଲରେ ରହୁଥିବା ଅନ୍ତୋସୀମାନେ ରହି ଅଧ୍ୟନ କରୁଛନ୍ତି । ସେହିପରି ବିଷମକଟକ ବ୍ଳକ ହାଟମୁନିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ୨୦ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ମୋଟ ୬୪ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.