ବଣାଇ: ମୁଣ୍ଡା ବସ୍ତିର ଶୌଚାଳୟ ସେପ୍ଟି ଟାଙ୍କିରୁ ନର କଙ୍କାଳ ଉଦ୍ଧାର

ବଣାଇ(କେନ୍ଯୁଜ୍): ସୁନ୍ଦରଗଡ ଜିଲ୍ଲା କୋଇଡା କୋଇଡା ଥାନା ଅନ୍ତର୍ଗତ ପାଟ ମୁଣ୍ଡା ପଞ୍ଚାୟତ ମୁଣ୍ଡା ବସ୍ତିର ଶୌଚାଳୟର ସେପ୍ଟି ଟାଙ୍କିରେ ଏକ ନର କଙ୍କାଳ ଦେଖିବାକୁ ମିଳିଛି। ନରକଙ୍କାଳଟି କୌଣସି ଜଣେ ମହିଳାଙ୍କର ବୋଲି ଅନୁମାନ କରାଯାଉଛି। ଏହା କୋଉଠୁ ଆସିଲା, କେମିତି ଆସିଲା ଏବେ ସନ୍ଦେହ ଘେରରେ।

ସୂଚନାରୁ ପ୍ରକାଶ ଯେ, କିଛି ଦିନ ହେଲା ଏହି ଅଞ୍ଚଳ ରେ ଲୋକ ମାନଙ୍କ ମଧ୍ୟରେ ଏହି ନରକଙ୍କାଳକୁ ନେଇ ଆଲୋଚନା ହେଉଥିଲା। ପରେ ଏହା ବିଷୟରେ କୋଇଡା ଥାନାକୁ ଖବର ଦେଇଥିଲେ ମଧ୍ୟ ଥାନା ଅଧିକାରୀ କର୍ଣ୍ଣପାତ କରିନଥିଲେ। ଆଜି ସାମ୍ବାଦିକ ମାନେ ଘଟଣା ସ୍ଥଳରେ ପହଂଚିବାର ଦେଖି ଥାନା ବାବୁଙ୍କ ନିଦ ଭାଙ୍ଗିଥିଲା। ନରକଙ୍କାଳକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି କୋଇଡା ପୋଲିସ।

Leave A Reply

Your email address will not be published.