ଜେଲ୍ ଅନ୍ତେବାସୀଙ୍କୁ ଦିଆଯାଉଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

ନୟାଗଡ: ଜେଲରେ ସଂସ୍କାର ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । କଏଦୀ ଓ ବିଚାରଧିନ କଏଦୀମାନେ ମାନସିକ ଦୁଶ୍ଚିନ୍ତାରୁ ଦୂରେଇ ରହିବା ପାଇଁ ଜେଲରେ ନାଚ ଗୀତ ପ୍ରତିଯୋଗୀତା ହେଉଛି । ଏ ହେଉଛି ନୟାଗଡ ଜିଲ୍ଲା କାରାଗାର । ଏଠାରେ ୨୦୦ ରୁ ଊର୍ଦ୍ଧ୍ୱ କଏଦୀ ଓ ବିଚାରଧୀନ କଏଦୀ ରହୁଛନ୍ତି । ବର୍ଷ ବର୍ଷ ଧରି ଜେଲରେ ରହି ବିଭିନ୍ନ ମାନସିକ ଦୁଶ୍ଚିନ୍ତାରେ ଦିନ କାଟୁଛନ୍ତି ।

ଏପଟେ ଜେଲ୍ ଦଣ୍ଡ ଶେଷ ହେବା ପରେ ଜେଲରୁ ବାହାରି ବି କୌଣସି କାର୍ଯ୍ୟ କରିବାରେ ସକ୍ଷମ ହେଉନାହାନ୍ତି । ଜେଲ୍ ଅନ୍ତେବାସୀଙ୍କୁ ସକ୍ଷମ କରିବା ପାଇଁ ନୟାଗଡ ଜେଲ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି ନିଆରା ପ୍ରୟାସ । ୬୦ଜଣ ଅନ୍ତେବାସୀଙ୍କୁ ଦିଆଯାଉଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା । ସେମାନଙ୍କୁ ଏଲଇଡି ବଲ୍ ରିପ୍ୟାରିଙ୍ଗ, ଫ୍ୟାନ୍ ବାଇଣ୍ଡିଙ୍ଗ, ଘର ୱାରିଙ୍ଗ ଭଳି ଶିକ୍ଷା ଦିଆଯାଉଛି । ୨ ଜଣ ଆଇଟିଆଇ ଶିକ୍ଷକ ଆସି ଏମାନଙ୍କୁ ଶିକ୍ଷା ଦେଉଛନ୍ତି । ସେମାନଙ୍କ ମଧ୍ୟ୍ୟରେ ପରୀକ୍ଷା କରାଯାଉଛି, ପ୍ରାକଟିକାଲ କରାଯାଉଛି ।

ଜେଲ୍ ଦଣ୍ଡ ଅତି କଷ୍ଟଦାୟକ । ଜେଲ୍ ର ଚାରି କାନ୍ଥରେ ରହି କେତେକ ଅନ୍ତେବାସୀ ମାନସିକ ବିକାର ଗ୍ରସ୍ତରେ ଆକ୍ରାନ୍ତ ହେଉଛନ୍ତି । ଦଣ୍ଡ ସରିବା ପରେ ଘରକୁ ଗଲେ ବୟସ କି ମନୋବଳ ସାଥ୍ ଦେଉନି । ଜେଲ ଅନ୍ତେବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଜେଲ ସୁପରିଟେଣ୍ଡ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି ।

ଏପଟେ ଜିଲ୍ଲାପାଳଙ୍କ ତତ୍ଵାବଧାନରେ ଦକ୍ଷତା ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି । ଏହାଛଡା ୩୦ ଜଣ ଅନ୍ତେବାସୀ ଉତିର୍ଣ୍ଣ ହୋଇ ଜେଲରେ ରିପ୍ୟାରିଙ୍ଗ କାମ ଆରମ୍ଭ କଲେଣି । ଜେଲ ବିଭାଗ ପକ୍ଷରୁ ସମସ୍ତ ସୁବିଧା ଓ ବିଭିନ୍ନ ସରଞ୍ଜାମ ଯୋଗାଇ ଦିଆଯାଉଛି ଏମାନଙ୍କୁ । ସୁପରିଟେଣ୍ଡ ଏଭଳି ଏକ ପ୍ରୟାସ ପାଇଁ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ ।