ନାଳ ନିକଟରୁ ଖପୁରି ଓ କଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହରେ ୨ ଅଟକ

ବାସୁଦେବପୁର: ନାଳ ନିକଟରୁ ଖପୁରି ଓ କଙ୍କାଳ ଉଦ୍ଧାର । ବାସୁଦେବପୁର ବ୍ଲକ ଲୁଣାବନ୍ଧ ନାଳ ନିକଟରୁ ଖପୁରି, କଙ୍କାଳ ଓ କିଛି ଦାନ୍ତ ଉଦ୍ଧାର କଲା ପୋଲିସ । ଭଦ୍ରକ ଜିଲ୍ଲା ନାୟକାଣୀଡ଼ିହି ଥାନା ପାଞ୍ଚଘେରିଆ ଗାଁ ନାଳରେ ଗତକାଲି ପାଣି ନିଷ୍କାସନ ହେଉନଥିବାରୁ ଜେସିପି ସାହାଯ୍ୟରେ ନାଳ ଖୋଳା ଯାଉଥିଲା । ସେହି ସମୟରେ ନାଳରୁ ଏକ ବସ୍ତା ବାହାରିଥିଲା । ଉକ୍ତ ବସ୍ତାରୁ ଖପୁରି, କଙ୍କାଳ ଓ ଦାନ୍ତ ଜବତ ହୋଇଛି । ତେବେ ଖପୁରି କଙ୍କାଳ କାହାର ସ୍ପଷ୍ଟ ହୋଇନାହିଁ ।  ହତ୍ୟା ସନ୍ଦେହରେ ୨ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି ।

ସୂଚନା ଅନୁଯାୟୀ , ଗତ ମାସ ୨୭ ତାରିଖ ବଡହାବେଲିସାହି ପଞ୍ଚାଘେରିଆ ଗାଁରେ ମାଆ ଓ ଝିଅ ସୁଭଦ୍ରା ଯୋଜନାର ଫର୍ମ ପକାଇବାକୁ ବାଲିମୁଣ୍ଡା ବଜାରକୁ ଯାଇ ଆଉ ଘରକୁ ଫେରିନଥିଲେ ।  ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇ ଚଳିତମାସ ୩ ତାରିଖରେ ଥାନାରେ ଅଭିଯୋଗ କରିଥିଲେ।  ନିଖୋଜ ଦୁଇ ଜଣ ହେଲେ ହାବାଲିସାହି ଗ୍ରାମର ମାଆ ଯମୁନା ସାମଲ ଓ ଝିଅ କୌଶଲ୍ୟା ଗାଇନ ।  ଏହି ଘଟଣା ସନ୍ଦେହରେ ନିଖୋଜ ମହିଳାଙ୍କ ଦୁଇ ଜ୍ୱାଇଁଙ୍କୁ ପୋଲିସ ଥାନାକୁ ପଚରା ଉଚରା ଚଳାଇଛି ।  ହେଲେ ଉକ୍ତ ଖପୁରି ଓ କଙ୍କାଳ କାହାର ସ୍ପଷ୍ଟ ହୋଇନାହିଁ ।  ଏହି ଖପୁରି ଓ କଙ୍କାଳ ନିଖୋଜ ମାଆ ଓ ଝିଅର ହୋଇଥିବା ଲୋକେ ସନ୍ଦେହ କରୁଛନ୍ତି ।