ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍ , ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ

ସମ୍ବଲପୁର : ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍ । ଜଲଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ଏଥିପାଇଁ ଜଳଭଣ୍ଡାର କର୍ତ୍ତୃପକ୍ଷ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତ ସରିଛି । ଏବେ ଜଳଭଣ୍ଡାରରେ ୬୧୩. ୫୮ ଫୁଟ ଜଳ ରହିଛି l ହୀରାକୁଦକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୩୪ ହଜ଼ାର ୩୩୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩୩ ହଜାର ୭୨୦ କ୍ୟୁସେକ୍ ଜଳ ।