ବିରଜା କ୍ଷେତ୍ରର କୁନି ବିରଜା, ଯାହାଙ୍କ କଣ୍ଠରୁ ଝରୁଛି ଅନର୍ଗଳ ଭାଗବତ

ଯାଜପୁର (କେନ୍ୟୁଜ୍‌) : ଇଏ ଚମତ୍କାରିତା ନା ଈଶ୍ୱରଙ୍କ ଆଶୀର୍ବାଦ । ଛଅ ବର୍ଷର ପିଲାଟି ଅନର୍ଗଳ ଭାବେ ଭାଗବତ ଗାଇ ଚାଲୁଛି । ବିରଜା କ୍ଷେତ୍ର ଯାଜପୁରରେ ଏବେ ଚର୍ଚ୍ଚା ସୃଷ୍ଟି କରିଛି ପିଲାଟି । ଯାଜପୁର ବ୍ଲକ ଅନ୍ତର୍ଗତ ରୁଦ୍ରପୁର ପଞ୍ଚାୟତ ବଡବାଗସାହି ଗ୍ରାମର ୬ ବର୍ଷର ପୁଅ ବିରଜା ଶଙ୍କର ପାଢ଼ୀ । ତାଙ୍କରି କଣ୍ଠରୁ ଅନର୍ଗଳ ଭାଗବତ ଚର୍ଚ୍ଚା ଶୁଣି ସମସ୍ତେ ଚକିତ ହୋଇଯାଆନ୍ତି। ଅଶୋକ କୁମାର ପାଢୀଙ୍କ ପୁଅ ବିରଜା ଶଙ୍କରଙ୍କୁ ଯେମିତି ମିଳିଛି ମା ବିରଜାଙ୍କ ଆଶୀର୍ବାଦ ।

BIRAJA-2

ବାପା ଅଶୋକ ଚେନ୍ନାଇରେ କାର୍ଯ୍ୟ କରୁଥିବା ବେଳେ ମା ମନୋଜା ଗାଁରେ ରହୁଛନ୍ତି। କିନ୍ତୁ ସେ କଥା କହି ପାରୁନଥିବା ବେଳେ କାନକୁ ମଧ୍ୟ ଶୁଭୁନାହିଁ। ସେ ଜନ୍ମରୁ ମୁକ ବଧିର । ହେଲେ ପୁଅ ମୁହଁର ଅନର୍ଗଳ ବାହାରୁଛି ଭାଗବତର ପଦ ସବୁ । ବିରଜା ଯାଜପୁର ସଦର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ନିଜ ଆଈଙ୍କ ପାଖରେ ରହୁଛି । କବିରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଥମ ଶ୍ରେଣୀରେ ପାଠ ପଢୁଛି ।

BIRAJA-3

ଅତିବଡି ଜଗନ୍ନାଥ ଦାସଙ୍କ ଲିଖିତ ଭାଗବତ ପାଠ କରି ଅନେକ ସୁନାମ ଅର୍ଜନ କରିଛି ବିରଜା । ଆଈ ମିନାକ୍ଷୀ ମିଶ୍ରଙ୍କ ପ୍ରେରଣାରେ ବିରଜା ଭାଗବତ ଗ୍ରନ୍ଥକୁ ସଂପୂର୍ଣ୍ଣ ମୁଖସ୍ଥ କରି ଦେଇଛି । ଆଈ ପୂଜା ଘରେ ଭାଗବତ ପଢୁଥିବା ବେଳେ ବିରଜା ପାଖରେ ବସି ଭାଗବତକୁ ମୁଖସ୍ଥ କରିଦିଏ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ନିଜେ ବୁଝି ନଥିଲେ ବି ପୂରା ଛନ୍ଦ ପକାଇ ପଦକୁ ପଦ ଯୋଡ଼ି ବିରଜା ଭାଗବତ ଗାଇ ଚାଲେ । ଶୁଣିବା ଲୋକେ ବି ଭକ୍ତିରେ ନିମଗ୍ନ ହୋଇଯାନ୍ତି ।

BIRAJA-4
କେବଳ ଭାଗବତ ନୁହେଁ ବିଭିନ୍ନ ଧର୍ମଗ୍ରନ୍ଥକୁ ମଧ୍ୟ ବିରଜା ମୁଖସ୍ଥ କରିଥିବା ଓ ଅନର୍ଗଳ କହୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତାଙ୍କ କଣ୍ଠରୁ ବାହାରୁଥିବା ଭାଗବତ ଉଚ୍ଚାରଣକୁ ଶୁଣିବା ପାଇଁ ଗ୍ରାମବାସୀଙ୍କ ଭିଡ ଲାଗେ । ଏହା ସହିତ ପ୍ରତିଦିନ ସ୍କୁଲରେ ପ୍ରାର୍ଥନା ସଭାରେ ମଧ୍ୟ ବିରଜା ଭାଗବତ ଆବୃତ୍ତି କରନ୍ତି । ସେ ଜଣେ ମେଧାବୀ ଛାତ୍ର ମଧ୍ୟ । ତାଙ୍କ ଉପରେ ପ୍ରଭୁଙ୍କ କୃପା ରହିଛି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି ।

 

                                                                               ଯାଜପୂୁରରୁ ଅବନିଶ୍ବର ଶତପଥିଙ୍କ ରିପୋର୍ଟ କେନ୍ୟୁଜ୍ ଓଡିଶା