ଡ୍ରାଇଭରକୁ ଚ୍ୟାଲେଞ୍ଜ ଦେବେ ଡ୍ରାଇଭର, ଅପମାନିତ କରିଥିବାରୁ କାଲି ଡିଜିଙ୍କୁ ଭେଟିବେ ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଗ୍ରୁପ
ଡ୍ରାଇଭରଙ୍କୁ ମୁଣ୍ଡିଆ, ଫୁଲ ମାଳ ପିନ୍ଧେଇବା, ପାଦ ତଳେ ପଡ଼ିଥିଲେ ଆନ୍ଦୋଳନକାରୀ। କିନ୍ତୁ ହାତରେ ପ୍ଲେଟ ଧରାଇ ଫଟୋ ଉଠାଇବା ଅପମାନିତ ଭଳି ଓ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରିଛି ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଗ୍ରୁପ।ଆସନ୍ତା କାଲି ପ୍ରଥମେ ଏ ସଂକ୍ରାନ୍ତରେ ଡିଜିଙ୍କୁ ଭେଟିବେ ।
ଭୁବନେଶ୍ବର(କେନ୍ୟୁଜ୍):ଡ୍ରାଇଭରଙ୍କ ହାତରେ ପ୍ଲେଟ ଲଗାଇ, ମୁ ଡ୍ରାଇଭର ଜାତି ପାଇଁ କଳଙ୍କ ଲେଖା ଧରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା। ଆଜି ଓଡ଼ିଶା ଡ୍ରାଇଭର ମିଳିତ ମହାମଞ୍ଚ ପ୍ରତିବାଦ କରିବା ସମୟରେ ଆନ୍ଦୋଳନ ରେ ସାମିଲ ହୋଇନଥିବା ଡ୍ରାଇଭରଙ୍କୁ ମୁଣ୍ଡିଆ, ଫୁଲ ମାଳ ପିନ୍ଧେଇବା, ପାଦ ତଳେ ପଡ଼ିଥିଲେ ଆନ୍ଦୋଳନକାରୀ। କିନ୍ତୁ ହାତରେ ପ୍ଲେଟ ଧରାଇ ଫଟୋ ଉଠାଇବା ଅପମାନିତ ଭଳି ଓ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରିଛି ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଗ୍ରୁପ।ଆସନ୍ତା
କାଲି ପ୍ରଥମେ ଏ ସଂକ୍ରାନ୍ତରେ ଡିଜିଙ୍କୁ ଭେଟିବେ । ଯଦି ଉତ୍ତର ସନ୍ତୋଷ ଜନକ ନେହେଲା ତେବେ ରାଜଧାନୀକୁ ଘେରାଉ କରିବେ ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଗ୍ରୁପ।୧୦ ହଜାରରୁ ଉର୍ଦ୍ଧ୍ବ କାର, ଅଟୋ ଡ୍ରାଇଭର ଏଥିରେ ସାମିଲ ହେବେ। Pmg ସମେତ ଜନପଥ କୁ କରିବେ କବଜା। ସୂଚନା ଦେଲେ ସଂଘର ସଭାପତି ଦୀନବନ୍ଧୁ ନାୟକ