ରାଜ୍ୟ

ସ୍ମାର୍ଟସ୍କୁଲରେ ନାହାନ୍ତି ଶିକ୍ଷକ, ଜାଣନ୍ତୁ କେମିତି ଚାଲିଛି ପାଠପଢ଼ା

ଆଧୁନିକ ଡିଜାଇନରେ ନିର୍ମାଣ କରାଯାଇଛି ସ୍କୁଲ । କିନ୍ତୁ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ଗୋଟିଏ ହେଲେ ବି ଶିକ୍ଷକ ନାହାନ୍ତି । ସରକାର ଶିକ୍ଷା ବ୍ୟବସ୍ଥାରେ ଅନେକ ଉନ୍ନତି କରୁଛନ୍ତି । ପିଲାମାନେ କିଭଳି ଭଲ ଭାବେ ଶିକ୍ଷା ଲାଭ କରିପାରିବେ ସେଥିପାଇଁ ବଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଉଛି । କିନ୍ତୁ ଖାଲି ସ୍କୁଲ ନିର୍ମାଣ କରିଦେଲେ ହୁଏନି । ପିଲାମାନଙ୍କୁ ଭଲ ଶିକ୍ଷା ଦେବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀଙ୍କର ଆବଶ୍ୟକତା ରହିଥାଏ । ସୁନ୍ଦର ଭାବେ ନିର୍ମାଣ କରାଯାଇଥିବା ସ୍କୁଲରେ ଜଣେ ହେଲେ ବି ଶିକ୍ଷକ ନାହାନ୍ତି । ବାଲେଶ୍ଵର ଜିଲ୍ଲାରେ ଶିକ୍ଷାବ୍ୟବସ୍ଥାର ଏଭଳି ପରିସ୍ଥିତି ସଦର ବ୍ଲକ କଶିପଦା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।

ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ହୋଇଛି ହାଇସ୍କୁଲ । ୧୯୮୦ ମସିହାରେ ସ୍ଥାପିତ ହୋଇଥିଲା ଏହି ସ୍କୁଲ । ସ୍କୁଲ ନିର୍ମାଣ ସରିଛି ସତ ସ୍କୁଲର ପାରିପାର୍ଶ୍ବିକ ପରିସ୍ଥିତି ମଧ୍ୟ ବଦଳିଛି । ପିଲା ଙ୍କୁ ସ୍ମାର୍ଟ କରିବା ପାଇଁ ସ୍ମାର୍ଟ କ୍ଲାସ ରୁମରେ ଏବେ ପାଠ ପଢା ହେଉଛି , ହେଲେ ଏବେ ବି ଅବହେଳା ଲାଗି ରହିଛି । ଏଭଳି କଥା ଜାଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ଏତେ ପରେ ଅବହେଳା କାହିଁକି ? ଅବହେଳା ହେଉଛି ସ୍କୁଲରେ କୌଣସି ସ୍ଥାୟୀ ଶିକ୍ଷକ ନାହାଁନ୍ତି । ବିନା ଶିକ୍ଷକ ଓ ଶିକ୍ଷୟତ୍ରୀରେ ଏହି ଅତ୍ୟାଧୁନିକ ସ୍କୁଲରେ ଚାଲିଛି ପାଠପଢ଼ା । କିନ୍ତୁ ନିଜ ଆଖି ଆଗରେ ଗାଁ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇ ଯାଉଥିବା ଦେଖି ନପାରି କିଛି ଯୁବକ ଓ ଯୁବତୀ ଆଉ ପୂର୍ବତନ ଶିକ୍ଷକ ମାନେ ବିନା ଅର୍ଥରେ ସ୍ବେଛାକୃତ ଭାବେ ଶିକ୍ଷାଦାନ ପାଇଁ ଗାଁ ପିଲାଙ୍କୁ ପାଠ ପଢ଼ାଇବାକୁ ଆଗେଇ ଆସିଛନ୍ତି ।

ବର୍ତ୍ତମାନ ଏହି ହାଇସ୍କୁଲରେ ଅଷ୍ଟମ, ନବମ ଓ ଦଶମ ରେ ପଢୁଛନ୍ତି ୨୨୭ ଜଣ ଛାତ୍ରଛାତ୍ରୀ । ୨୦୧୭ ମସିହା ପର୍ଯ୍ୟନ୍ତ ସ୍କୁଲ ର ସ୍ଥିତି ସ୍ଵାଭାବିକ ରହିଥିବା ବେଳେ ୨୦୧୭ ଠାରୁ ସ୍କୁଲରେ ଆରମ୍ଭ ହୋଇଛି ଶିକ୍ଷକ ମରୁଡି । ୨୦୧୭ରେ ସ୍କୁଲରେ ୮ ଜଣ ଶିକ୍ଷକଙ୍କ ସହ ଜଣେ କିରାଣୀ ଓ ୩ ଜଣ ପିଅନ ଥିଲେ । ପରବର୍ତ୍ତୀ ସମୟରେ ୨୦୧୭ ରୁ ୨୦୨୨ ମସିହା ମଧ୍ୟରେ ୪ ଜଣ ଶିକ୍ଷକଙ୍କ କାର୍ଯ୍ୟକାଳ ସରିଥିବା ବେଳେ ୨୦୨୩ରେ ବାକି ୪ ଜଣ ଶିକ୍ଷକଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଆଉ ଏବେ ସ୍କୁଲରେ ସ୍ଥାୟୀ ଶିକ୍ଷକ ଜଣେ ବି କେହି ନାହାନ୍ତି । ଅପରପକ୍ଷେ ସ୍କୁଲ ପରିଚାଳନା କମିଟିର ହସ୍ତକ୍ଷେପ ପରେ ୪ ଜଣ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷାବିଭାଗର ଡେପୁଟେଶନରେ ପଠାଇଛି । ହେଲେ ଏହି ଶିକ୍ଷକଙ୍କ ମଧ୍ୟରୁ କେବଳ ଦୁଇ ଜଣ ଶିକ୍ଷକ ଅର୍ଥାତ ସଂସ୍କୃତ ଓ ବିଜ୍ଞାନ ଶିକ୍ଷକ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଜଣେ ଶିକ୍ଷକ ସପ୍ତାହରେ ୬ଦିନ ଆଉ ଜଣେ ୩ ଦିନ ଶିକ୍ଷାଦାନ କରୁଛନ୍ତି । ତେବେ ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଅଫିସ ୱାର୍କ ସହ ଅନ୍ୟାନ୍ୟ କଥା ବୁଝାବୁଝି କରୁଥିବାରୁ ପାଠ ପଢେଇବାକୁ ସମୟ ମିଳୁନାହିଁ । ଅନ୍ୟ ଦୁଇ ଜଣ ଶିକ୍ଷକ ଏଯାଏଁ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି ।

ପିଲାଙ୍କ ମୁଣ୍ଡ ଉପରେ ପରୀକ୍ଷା ଚିନ୍ତା ସହ ପାଠ ପଢ଼ାକୁ ନେଇ ଅନେକ ସମସ୍ୟା ଦେଖାଯାଇଛି । ସେହିଭଳି ସ୍କୁଲରୁ ପାଠପଢ଼ା ସାରି ଘରକୁ ଫେରିବା ପରେ ପିଲାମାନେ ବାଧ୍ୟହୋଇ ଡାଉଟ କ୍ଲିୟର ପାଇଁ ଟ୍ୟୁସନ୍ ଉପରେ ନିର୍ଭର କରୁଛନ୍ତି । ସ୍କୁଲ ପରିଚାଳନା କମିଟିର ଅନୁରୋଧ କ୍ରମେ କିଛି ପୂର୍ବତନ ଛାତ୍ରଛାତ୍ରୀ ମାନେ ଗାଁ ପିଲାଙ୍କୁ ପାଠ ପଢେଇବାରେ ନିଜକୁ ସାମିଲ କରିଛନ୍ତି । ସ୍କୁଲ ସୁନ୍ଦର ଭାବେ ଗଢ଼ି ତୋଳିଥିଲେ ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ଏଭଳି ତ୍ରୁଟି ସମସ୍ତଙ୍କୁ ହତାଶ କରିଛି । ତେବେ ଦେଖାଯାଉ ଏହି ସ୍କୁଲରେ ଶିକ୍ଷକଙ୍କ ନିଯୁକ୍ତି କେବେ ହେଉଛି ।

Subhalaxmi Das

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

5 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

8 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

9 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

9 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

9 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

9 hours ago