ଚଳନ୍ତା ବସରୁ ବାହାରିଲା ଧୂଆଁ, ଅଳ୍ପକେ ବର୍ତ୍ତିଗଲେ ୩୦ରୁ ଅଧିକ ଯାତ୍ରୀ

ଉଦଳା : ଚଳନ୍ତା ବସରୁ ବାହାରିଲା ଧୂଆଁ । ବସରେ ଇଞ୍ଜିନରୁ ପ୍ରବଳ ଧୂଆଁ ବାହାରିବାରୁ ବସରୁ ଓହ୍ଲାଇ ପଡିଲେ ଯାତ୍ରୀ । ଅଳ୍ପକେ ବର୍ତ୍ତିଗଲେ ୩୦ରୁ ଅଧିକ ଯାତ୍ରୀ। ବାଲେଶ୍ୱରରୁ ଉଦଳା ଅଭିମୁଖେ ଏକ ଘରୋଇ ବସ ଯାଉଥିଲା। କପ୍ତିପଦାଠାରେ ବସଟି ପହଁଞ୍ଚିଥିବା ବେଳେ ହଠାତ ବସରୁ ବାହାରିଲା ଧୂଆଁ। ଧୂଆଁମୟ ହୋଇଗଲା ପୁରା ବସ୍ । କପ୍ତିପଦା ଛକରେ ବସକୁ ଛିଡା କରି ଭୟଭୀତ ଅବସ୍ଥାରେ ଓହ୍ଲାଇ ପଡିଲେ ଯାତ୍ରୀ। ଅଳ୍ପକେ ବଡ଼ ଦୁର୍ଘଟଣାରୁ ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି । ପ୍ରାୟ ୩୦ରୁ ଅଧିକ ଯାତ୍ରୀ ବର୍ତ୍ତି ଯାଇଥିଲେ । ତୁରନ୍ତ ବସର ଇଞ୍ଜିନ ଖୋଲି ତାହାକୁ ମରାମତି କରିବା ସହ ବସ ଇଂଜିନରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଜଣାପଡିଥିଲା । ଖବର ପାଇ କପ୍ତିପଦା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।