ମାଟି ତଳୁ ବାହାରୁଛି ଧୂଆଁ , ଭଦ୍ରକ ଚାନ୍ଦବାଲି ବ୍ଲକ ଧାମରା କରଞ୍ଜମାଳ ଗାଁରେ ଚର୍ଚ୍ଚା

ଭଦ୍ରକ(କେନ୍ୟୁଜ୍) : ମାଟି ତଳୁ ଧୂଆଁ । ଏହାକୁ ନେଇ ଭଦ୍ରକ ଚାନ୍ଦବାଲି ବ୍ଲକ ଧାମରା କରଞ୍ଜମାଳ ଗାଁରେ ଚର୍ଚ୍ଚା । ଗାଁରେ ବୋରିଂ ଖୋଳାଯାଉଥିଲା । ହେଲେ ସେଥିରୁ ଧୂଆଁ ବାହାରିଥିଲା । ପରେ ଆଉ ଏକ ଗାତ ଖୋଳାଗଲା । ସେଥିରୁ ମଧ୍ୟ କିଛି ସମୟ ପାଣି ବାହାରିବା ପରେ ବାହାରିଥିଲା ଧୂଆଁ । ଏହି ଘଟଣା ପ୍ରଚାର ହେବା ପରେ ଧୂଆଁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଥିଲା । ତେବେ କେଉଁ ପରିସ୍ଥିତିରେ ଏଇ ଧୂଆଁ ବାହାରିଥିଲା ସେନେଇ କିଛି ଜଣାପଡିନାହିଁ ।