ପେଟ୍ରୋଲ ପମ୍ପ ଟାଙ୍କିରୁ ବାହାରୁଛି ଧୂଆଁ, ଲୋକେ ଭୟଭୀତ

କୋଣାର୍କ : ଗଣେଶ ବଜାର ସ୍ଥିତ ଏକ ପେଟ୍ରୋଲ ପମ୍ପର ଅଣ୍ଡର ଗ୍ରାଉଣ୍ଡ ଟାଙ୍କିରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଯାଞ୍ଚ କରୁଥିବା ବେଳେ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି । କେଉଁ କାରଣରୁ ଧୂଆଁ ବାହାରୁଛି ତାହା ଜଣା ପଡ଼ିନାହିଁ । ତେବେ ଧୂଆଁର କାରଣ ନିଆଁ ହୋଇପାରେ ବୋଲି ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ପହଞ୍ଚି ଯାଞ୍ଚ କରୁଥିବା ବେଳେ ଲୋକମାନଙ୍କୁ ଭୟଭୀତ ନ ହେବାକୁ କହିଛି ।