ଯାଜପୁର : ସର୍ପାଘାତରେ ବାଳକ ମୃତ

ଯାଜପୁର ଟାଉନ (କେନ୍ୟୁଜ ଓଡ଼ିଶା) : ସର୍ପାଘାତରେ ଜଣେ ବାଳକ ମୃତ୍ୟୁ । ମୃତକ ହେଲେ ଭଦ୍ରକ ଭଣ୍ଡାରିପୋଖରି ଥାନା ସରପଦା ଗାଁର ମଦନମୋହନ ଜେନାଙ୍କ ପୁଅ ପିତାମ୍ବର । ସେ ଗତକାଲି ରାତିରେ ଘରେ ଶୋଇଥିବା ବେଳେ କୌଣସି ବିଷଧର ସାପ ତାଙ୍କ ହାତକୁ କାମୁଡି ଦେଇଥିଲା । ତାଙ୍କୁ ତୁରନ୍ତ ଯାଜପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଆଜି ତାଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.