ସ୍ତ୍ରୀ ଓ ଝିଅକୁ ସାପ ଚୋଟ ଦେଇ ମାରିଲା ବାପା

ଇଏ କଳିଯୁଗର ବାପା, ସେଥିପାଇଁ ତ ଘରେ ସାପକୁ ଛାଡି ନିଜ ସ୍ତ୍ରୀ ଓ ଛୁଆଙ୍କୁ ପୂରାଇ ବନ୍ଦ କରିଦେଲା କବାଟ ।

ସୁବର୍ଣ୍ଣପୁର (କେନ୍ୟୁଜ) : ଇଏ କଳିଯୁଗର ବାପା, ସେଥିପାଇଁ ତ ଘରେ ସାପକୁ ଛାଡି ନିଜ ସ୍ତ୍ରୀ ଓ ଛୁଆଙ୍କୁ ପୂରାଇ ବନ୍ଦ କରିଦେଲା କବାଟ । ତାପରେ ନିଜ ପ୍ଲାନ ଅନୁଯାୟୀ କରିଥିଲା ଭଲ ଅଭିନୟ । ଏ ଖବର ଆପଣଙ୍କୁ ପୂରା ସିନେମାର କାହାଣୀ ଭଳି ଲାଗୁନି? ଯେଉଁଠି ଆମେ ସିନେମାରେ ଦେଖିଛେ ସାପକୁ ଟ୍ରେଣ୍ଡ କରାଯାଇ ଲୋକଙ୍କ ପାଖକୁ ପଠାଯାଏ । ଆଉ ନିଜ ଟାର୍ଗେଟକୁ ପୂରା କରିକି ଆସିଥାଏ ସାପଟି । କିନ୍ତୁ ଏଠି ଏ ପାପୀ ବାପାର ମୁଣ୍ଡକୁ କେମିତି ଏ ଦୁର୍ବୁଦ୍ଧି ଜୁଟିଲା । ନିଜର ହିଁ ସ୍ତ୍ରୀ ଛୁଆଙ୍କୁ ଅତି ନିର୍ମମ ଭାବେ ମାରି ଶୁଆଇଦେଲା ।

ଏଭଳି ଏକ ଚାଞ୍ଚଲ୍ୟକର ଖବର ଘଟିଛି ଗଞ୍ଜାମ କବିସୂର୍ଯ୍ୟନଗର ଅଢ଼େଇବର ଗାଁରେ । ଗାଁର କେ. ଗଣେଶ ପାତ୍ର ନାମକ ଏହି ଯୁବକ ଘଟାଇଛନ୍ତି ଏଭଳି ଏକ ଅମାନବୀୟ କାଣ୍ଡ । ଯାହାକୁ ହାତ ଧରି ବାହା ହେଇଥିଲା ତାକୁ ମାରିବାକୁ କେମିତି ହାତ ଗଲା କେଜାଣି? କେମିତି କେଜାଣି ନିଜ ଜନ୍ମିତ ଝିଅକୁ ବି ମାରିଦେଲା । ଏତେ ନିଷ୍ଠୁର ଏତେ ପାପୀ । ଟିକେ ବି ହାତ ଥରିଲାନି ଏମିତି କରିବା ପୂର୍ବରୁ । ଧିକ୍‌, ଧିକ୍‌ ଏ ସ୍ୱାମୀକୁ ଧିକ୍‌ ଏ ବାପାକୁ ।

ଆଜ୍ଞା ଯାହା ସୂଚନା ରହିଛି ଯେ ଆକ୍ଟୋବର ୭ ତାରିଖରେ ମାଆ ଝିଅଙ୍କ ମୃତ୍ୟୁ ସାପ କାମୁଡାରେ ହୋଇଛି ବୋଲି ଖବର ରହିଥିଲା । ପୋଲିସ ବି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । କିନ୍ତୁ କାହିଁକି କେଜାଣି ଘଟଣାର ଦେଢ଼ ମାସ ପରେ ମୃତ ମହିଳାଙ୍କ ବାପାକୁ ବିଶ୍ୱାସ ହେଲାନି ଯେ ଏହା ଏକ ଅପମୃତ୍ୟୁ ବୋଲି । ନିଜ ନାତୁଣୀ ଓ ଝିଅକୁ ନ୍ୟାୟ ଦେବା ପାଇଁ କବିସୂର୍ଯ୍ୟନଗର ଥାନାରେ ଜ୍ୱାଇଁ କେ ଗଣେଶ ନାଁରେ ଅଭିଯୋଗ କଲେ । ଶ୍ୱଶୁରର ଅଭିଯୋଗ ମୁତାବକ ପୋଲିସ ଏକ ମାମଲା ରୁଜୁ କରି ଗଣେଶକୁ ଧରି ଜେରା କରିଥିଲା । ଜେରା ବେଳେ ସେ ଖୋଦ କୋଳଥିଆ ନାଗ ସଂଗ୍ରହ କରି ଘରେ ଛାଡି ସ୍ତ୍ରୀ ଓ ଝିଅକୁ ହତ୍ୟ କରିଥିବା ପୋଲିସ ଆଗରେ କହିଥିଲା ବୋଲି ପୋଲିସ ଜଣାଇଥିଲେ । କିନ୍ତୁ ମିଡିଆ ଆଗରେ ନିଜେ ଗଣେଶ କହୁଛି ଯେ ସେ ଏପରି କିଛି କରିନାହିଁ । କିନ୍ତୁ ଏଠି ଗଣେଶ କେତେ ସତ କହୁଛି ଆଉ କେତେ ମିଛ କହୁଛି ତାହା ତଦନ୍ତ ପରେ ଜଣାପଡିବ ।

 

You might also like