କେନ୍ଦୁଝର: ବିଶାକ୍ତ ସାପ କାମୁଡାରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

snake deathକେନ୍ଦୁଝର: ପଣ୍ଡାପଡା ଥାନା ଅନ୍ତର୍ଗତ ଭଗାମୁଣ୍ଡା ଗାଁରେ ଅଘଟଣ ବିଶାକ୍ତ ସାପ କାମୁଡାରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି। ଗତକାଲି ରାତି ୩ ଟା ସମୟରେ ଶୋଇଥିବା ବେଳେ ରଙ୍ଗାଧର ବାରିକ ଓ ପୁରୁଡି ବାରିକଙ୍କୁ ଏକ ବିସାକ୍ତ ସାପକାମୁଡି ପକାଇଥିଲା।

ସେମାନେ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନଆଣି ଝଡା ଫୁଙ୍କା ଓ ଗୁଣି ଗାରେଡିକୁ ଆଦରିଥିଲେ ଆଉ ଅବସ୍ଥା ଗୁରୁତର ହେବାରୁ ୯ ଟା ସମୟରେ ଡାକ୍ତଖାନାକୁ ଆଣିଥିଲେ ହେଲେ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ରଙ୍ଗାଧରଙ୍କ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.