ସ୍କୁଲରେ ଛାତ୍ରକୁ ସାପ କାମୁଡିବା ଘଟଣା: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ, କ୍ଲାସ୍ ଟିଚରଙ୍କ ବଦଳି

ପିପିଲି : ପୁରୀ ଜିଲ୍ଲା ପୋପରଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରକୁ ସାପ କାମୁଡିବା ଘଟଣା । ଉକ୍ତ ପ୍ରାଥମିକ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କଲେ ବିଇଓ । ସେହିପରି କ୍ଲାସ୍ ଟିଚରଙ୍କୁ ବଦଳି କରାଯାଇଛି ।
ସୂଚନା ଅନୁସାରେସୂଚନା ଅନୁସାରେ ଗତ ସୋମବାର ଦିନ ପୋପୋରଙ୍ଗା ପଂଚାୟତ ସରକାରୀ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟରେ ବିଷାକ୍ତ ନାଗ ସାପ କାମୁଡ଼ିଦେଇଥିଲା । ପାଠ ନଆସିବାରୁ ଶିକ୍ଷୟତ୍ରୀ ଦଣ୍ଡ ଦେଇଥିଲେ । ବିଦ୍ୟାଳୟର ଚାଉଳ ଘର ସଫା କରିବାକୁ କରିଥିଲେ ବୋଲି ପରିବାର ଲୋକ ଅଭିଯୋଗ ଆଣିଥିଲେ । ସେଠାରେ ପିଲାଟିକୁ ସାପ କାମୁଡ଼ିଦେଇଥିଲା । ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଆହୁରି ପଢନ୍ତୁ : ଭାରସାମ୍ୟ ହରାଇ ଦୋକାନରେ ପିଟି ହେଲା ବୋଲେରୋ, ଚାଲିଗଲା ୨ ଜୀବନ