ଖଲିକୋଟ : ଶୋଇବା ଘରୁ ଧରାହେଲା ୧୦ ଫୁଟ ଲମ୍ବର ଅହିରାଜ ସାପ
ଗଞ୍ଜାମ(କେନ୍ୟୁଜ୍) : ଶୋଇବା ଘରୁ ଧରା ହେଲା ୧୦ ଫୁଟର ଅହିରାଜ ସାପ । ସ୍ନେକ୍ ହେଲ୍ପ ଲାଇନର ସଦସ୍ୟମାନେ ଖଲିକୋଟ ବେଗୁନିଆପଡ଼ାର ଜଣେ ବ୍ୟକ୍ତିଙ୍କ ଘରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଧରି ଜଙ୍ଗଲ ମଧ୍ୟରେ ଛାଡ଼ିଥିବା ଜଣାଯାଇଛି ।
ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ଖଲିକୋଟ ରେଞ୍ଜ ଅଧୀନସ୍ଥ ବେଗୁନିଆ ପଡ଼ା ଗୁରୁଝରି ଗ୍ରାମର ଧନୁରଧର ମହାନ୍ତିଙ୍କ ଶୋଇବା ଘରେ ଏକ ଅହିରାଜ ସାପ ପଶିଯାଇଥିବା ସେ ଦେଖିବାକୁ ପାଇଥିଲେ । ସାପ ଟି ଘରର କାନ୍ଥ ରେ ଥିବା ଏକ କଣା ଭିତରେ ପଶିଥିବା ଦେଖି ସ୍ନେକ ହେଲ୍ପ ଲାଇନ କୁ ଖବର ଦିଆଯାଇଥିଲା ।
ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱପ୍ନାଲୋକ ମିଶ୍ର ଏବଂ ମିହିର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି 10 ଫୁଟ ଲମ୍ବର ଅହିରାଜ ସାପଟିକୁ ଅତ୍ୟନ୍ତ ସତର୍କତା ର ସହିତ ଉଦ୍ଧାର କରିଥିଲେ । ଏହାକୁ ଏକ ଲମ୍ବା ବ୍ୟାଗରେ ଭର୍ତ୍ତି କରି ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତି ରେ ଗ୍ରାମ ଠାରୁ ଅନେକ ଦୂତରେ ଜଙ୍ଗଲ ଭିତରେ ଛାଡି ଦିଆଯାଇଛି ।
ଅହିରାଜ ସାପର ବିଷ ନ୍ୟୁରୋଟକ୍ସିକ ଏବଂ ଏହି ସାପ କାମୁଡ଼ିଲେ ଯଦି ବିଷ ମଣିଷ ଦେହକୁ ଗଲା, ତେବେ ଭାରତରେ ମୃତ୍ୟୁ ସୁନିଶ୍ଚିତ, କାରଣ ଆମ ଦେଶ ରେ ଅହିରାଜ ସାପ ବିଷ ର ଆଣ୍ଟି ଭେନମ ଉପଲବ୍ଧ ନାହିଁ ବୋଲି ଜଣାପଡିଛି ।