ମହାଶିବରାତ୍ରୀରେ ଚଣ୍ଡିଖୋଲ ମହାବିନାୟକ ମନ୍ଦିର ନିକଟରେ ସୃଷ୍ଟି ହେଲା ଭକ୍ତିମୟ ପରିବେଶ, ଦୀର୍ଘ ସମୟ ଧରି ଖେଳିଲେ ନାଗନାଗୁଣୀ

ଯାଜପୁର: ବିନା ଭକ୍ତରେ ସମ୍ପର୍ଣ୍ଣ ହେଲା ଯାଜପୁର ମହାବିନାୟକ ପୀଠରେ ଜାଗର । ମନ୍ଦିର ପ୍ରଶାସନ, ସେବାୟତ ଓ କର୍ମଚାରୀଙ୍କ ଉପସ୍ଥିତିରେ ରୀତିନିତି ଅନୁଯାୟୀ ପୂଜା କାର୍ଯ୍ୟ ସମ୍ପର୍ଣ୍ଣ ହେବା ପରେ ରାତି ଗୋଟାଏ ୮ ମିନିଟରେ ମହାଦୀପ ଉଠିଥିଲା । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । କଟକଣା ଯୋଗୁ ଲକ୍ଷାଧିକ ଭକ୍ତ ବାବାଙ୍କ ଦର୍ଶନ ପାଇବାରୁ ବଞ୍ଚିତ ରହିଛନ୍ତି ।

ତେବେ ଏହି ପବିତ୍ର ମହାଶିବରାତ୍ରୀ ଅବସରରେ ଚଣ୍ଡିଖୋଲର ଏହି ମହାବିନାୟକ ମନ୍ଦିର ନିକଟରେ ଦୁଇଟି ନାଗନାଗୁଣୀ ଖେଳୁଥିବା ଦେଖିବାକୁ ମିଳିଥିଲା। ଏପରି ଦୃଶ୍ୟ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ତେବେ ନାଗ ନାଗୁଣୀ ଦୁଇଟି ଦୀର୍ଘ ସମୟ ଖେଳରେ ମାତିଥିଲେ।