ଦେଖନ୍ତୁ ସାପର ଲାଇଭ୍ ସୁଇସାଇଡ୍, ପଶ୍ଚିମବଙ୍ଗ ଖଡ଼ଗପୁର ଷ୍ଟେସନରେ ଦେଖିବାକୁ ମିଳିଛି ଏହି ଘଟଣା

ବାଲେଶ୍ବର: ଜଙ୍ଗଲରେ ସାପ କଥା ଆପଣ ଶୁଣିଥିବେ । ହେଲେ ରେଳ ଷ୍ଟେସନରେ ବିରଳ ସାପ ବୁଲିବା କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । କିନ୍ତୁ ଘଟଣା ସମ୍ପୂର୍ଣ୍ଣ ସତ୍ୟ । ସାପଟି ଖାଲି ବୁଲୁନି ରେଳ ଲାଇନ ପାରି କରିବାକୁ ମଧ୍ୟ ଉଦ୍ୟମ କରୁଛି ହେଲେ ଶେଷରେ ରେଲଗାଡି ଚାପାରେ ଜୀବନ ହାରିବାକୁ ପଡୁଛି ସାପକୁ ।
ଏଭଳି ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ଖଡ଼ଗପୁର ଷ୍ଟେସନର ୫ ନମ୍ବର ପ୍ଲାଟଫର୍ମରେ । ତେବେ ସାପଟି କେଉଁଠାରୁ ଷ୍ଟେସନକୁ ଆସିଲା ଜଣା ପଡିନଥିବାବେଳେ ଶିକାରୀ ସାପଟିକୁ ଚୋରା ଚାଲାଣ ପାଇଁ ଟ୍ରେନରେ ନେଉଥିବାବେଳେ ଖସି ଆସିଥିବା ସନ୍ଦେହ କରାଯାଉଛି । ସେପଟେ ସାପଟି ଚନ୍ଦନ ବୋଡ଼ା ସାପ ବୋଲି ଜଣା ପଡୁଛି ।