ସାପ ଖାଇଲା ପିଆଜ !

ଅନୁଗୁଳ : ରାଜ୍ୟର ବିଭିନ୍ନ ଜିଲ୍ଲାରେ କିଛି ଦିନ ହେବ ନାଗ ,ନାଗୁଣୀ ଏବଂ ତାଙ୍କ ଛୁଆ ମିଳୁଛନ୍ତି। ଏହି ଚାଞ୍ଚଲ୍ୟକର ଘଟଣା ଥମି ନଥିବା ବେଳେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଟାଙ୍ଗିରି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା। ଗ୍ରାମର ସୁଶାନ୍ତ ବେହେରାଙ୍କ ଘର ଭିତରେ ନାଗ ସାପଟି ପିଆଜ ଖାଇବା ଅବସ୍ଥାରେ ଉଦ୍ଧାର ହୋଇଛି। କଥାଟି ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ୟ ସତ !

ସାପଟିକୁ ଦେଖିବା ମାତ୍ରେ ସୁଶାନ୍ତ ତାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ଘରୁ ବାହାରି ନଥିଲା। ପରେ ଜଣେ ସାପଧରାଳିକୁ ଡ଼କାଯାଇ ତାକୁ ଘରୁ ବାହାର କରାଯାଇଥିଲା। ସାପର ପେଟ ମଧ୍ୟରେ କିଛି ଥିବାରୁ ସେ ଘରୁ ବାହାରି ପାରୁନଥିବା ଜଣାପଡ଼ିଥିଲା। ପରେ ସାପଟିର ପେଟରୁ ବେଙ୍ଗ ଏବଂ ୮ଟି ପିଆଜ ବାହାରିଥିଲା। ଏବେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.