କାର୍‌ ଇଞ୍ଜିନ ଭିତରୁ ଶୁଭିଲା ଫଁଫଁ ଗର୍ଜନ, ବାହାରିଲା ୫ ଫୁଟର ନାଗ

ଯାଜପୁର (କେନ୍ଯୁଜ୍): କାର୍‌ ଭିତରେ ଲୁଚିଥିଲା ନାଗ । ଇଞ୍ଜିନ ଭିତରେ ଶୋଇଥିଲା ସାପ । ଗାଡ଼ି ଭିତରୁ ଫଁ ଫଁ ଗର୍ଜନ ଶୁଣିଥିଲେ ଗାଡ଼ି ମାଲିକ ଦିଲ୍ଲୀପ ପୃଷ୍ଟି । । ଏହାପରେ ବନେଟ୍‌ ଖୋଲି ଦେଖିଥିଲେ ୫ ଫୁଟର ନାଗ ସାପ ।

ଯାଜପୁର ବରୁହା ରକେଇ ବଜାର ଅଞ୍ଚଳର ଘଟଣା । ଦିଲ୍ଲୀପ ଟର୍ଚ୍ଚ ମାରି ଦେଖିଥିଲେ ନାଗ ସାପ ତାଙ୍କ ଗାଡ଼ି ଇଞ୍ଜିନ ଭିତରେ ଶୋଇଛି । ପରେ ସ୍ନେକ ହେଲପ ଲାଇନ୍‌ ସଦସ୍ୟଙ୍କୁ ଖବର ଦେଇଥିଲେ । ସ୍ନେକ ହେଲପ ଲାଇନ୍‌ ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ । ସାପଟିକୁ ଗାଁ ଠାରୁ ଦୂରରେ ଏକ ଜଙ୍ଗଲରେ ଛାଡି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.