ଭଦ୍ରକରେ ପୁଣି ସାପ ଆତଙ୍କ: ଉଦ୍ଧାର ହେଲେ ୧୨ ନାଗ

ଭଦ୍ରକ: ପୁଣି ଉଦ୍ଧାର ହେଲା ନାଗ ସାପ। ଭଦ୍ରକ ଧାମନଗର ବ୍ଲକ ଜୟୀନଗର ଗାଁର ମାଗୁଣୀ ଜେନାଙ୍କ ଘରୁ ୧୨ଟି ସାପ ଉଦ୍ଧାର କରାଯାଇଛି। ଭଦ୍ରକ ସ୍ନେକ ହେଲ୍ପ ଲାଇନ୍ ଏସବୁ ସାପକୁ ଉଦ୍ଧାର କରିଛି। ପାଇକସାହି ଗାଁର ବିଜୟ ଭୂୟାଁଙ୍କ ଘରୁ ୧୦୬ଟି ନାଗ ସାପ ଛୁଆ ସହ ୫ ଫୁଟର ନାଗ-ନାଗୁଣୀଙ୍କୁ ଉଦ୍ଧାର କରାଯାଇଥିଲା। ଭଦ୍ରକ ସ୍ନେକ୍ ହେଲପ ଲାଇନ୍ ଏସବୁ ନାଗସାପକୁ ଉଦ୍ଧାର କରିଥିଲେ। ବିଜୟ ଭୂୟାଁଙ୍କ ଘର ପାଖରେ ଥିବା ଉଇ ହୁଙ୍କା ଓ କାନ୍ଥ ଭିତରୁ ସାପ ବାହାରୁଥିବା ଦେଖି ସ୍ନେକ୍ ହେଲ୍ପ ଲାଇନ୍‌କୁ ଖବର ଦିଆଯାଇଥିଲା। ସେମାନେ ଘର ଭିତର ମାଟି ଖୋଳି ୧୦୬ଟି ନାଗ ସାପ ଓ ୨୦ଟି ଅଣ୍ଡା ଉଦ୍ଧାର କରିଥିଲେ।