ମାଲକାନଗିରି : ସାପର ଜୀବନ ବଞ୍ଚାଇଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ। ସାପଟି ଅଚେତ ହୋଇ ପଡିଥିଲା। ଛୋଟ ପାଇପକୁ ସାପର ପାଟିରେ ପୁରାଇ ଫୁଙ୍କିଥିଲେ ସ୍ନେକ ହେଲପ୍ ଲାଇନ ସଦସ୍ୟ। ବହୁ ସମୟ ଧରି ଫୁଙ୍କିବା ପରେ, ସାମାନ୍ୟ ହଲଚଲ ଦେଖିବାକୁ ମିଳିଥିଲା।
ଏହାପରେ ସାପଟି ସଂପୂର୍ଣ୍ଣ ଠିକ ହୋଇଯାଇଥିଲା। ମାଲକାନଗିରି ସଦର ମହକୁମାର ନୂଆଗୁଡା ସାହିରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ନୂଆଗୁଡାରେ, ଜଣଙ୍କ ଘରେ ସାପଟି ପଡି ରହିଥିଲା। ଏହାକୁ ଦେଖି ଘର ଲୋକେ ସ୍ନେକ ହେଲପ ଲାଇନର ସାହାଯ୍ୟ ନେଇଥିଲେ।