ସାପ ପେଟରୁ ବାହାରୁଛି ଅଣ୍ଡା, ସେ ପୁଣି ଗୋଟିଏ କି ଦୁଇଟି ନୁହେଁ ପୁରା ଅଧ ଡଜନ

ଉଦଳା(କେ ନ୍ୟୁଜ):  ଉଦ୍ଧାର ହୋଇଥିବା ଏକ ସାପ ଓଗାଳିଛି ଅଣ୍ଡା । ଗୋଟିଏକି ଦୁଇଟି ନୁହେଁ ଓଗାଳିଛି 6ଟି ଅଣ୍ଡା | ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ବନାଞ୍ଚଳ ଅଧିନରେ । ଉଦଳା ବନାଞ୍ଚଳ ଅଧିନସ୍ଥ ସ୍ଥାନୀୟ ଏନଏସି ୧୨ ନଂ ୱାର୍ଡର ମହେନ୍ଦ୍ର ହାଁସଦାଙ୍କ ଘରେ ଏକ ନାଗ ସାପ ପଶି ଯାଇଥିଲା । ସାପଟି ଘରେ ରହିଥିବା କାଠପଟା ଭିତରେ ଲୁଚି ରହିଥିବା ବେଳେ ପରିବାର ଲୋକେ ଏହା ଦେଖି ପାରି ସ୍ନେକ ହେଲପ ଲାଇନ

ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ହେଲପ ଲାଇନ୍ ସଦସ୍ୟ ବସନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଏକ ଡବାରେ ଭର୍ତ୍ତି କରିଥିଲେ । ହେଲେ ସାପଟି ଡବା ଭିତରେ ଭର୍ତ୍ତି ହେବା ପରେ ଓଗାଳି ଥିଲା ଅଣ୍ଡା । ସାପଟି ଖାଇଥିବା ୬ ଗୋଟି ଅଣ୍ଡା ଓଗାଳିବା ପରେ ତାକୁ ଅକ୍ଷତ ଅବସ୍ଥାରେ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.