ବ୍ରହ୍ମଗିରି : ୭୨ ସାପ ଅଣ୍ଡାରୁ ବାହାରିଲା ୬୪ଟି ଛୁଆ

ବ୍ରହ୍ମଗିରି (କେ ନ୍ୟୁଜ୍‌) : ପୁରୀ ଜିଲ୍ଲା ବ୍ରହ୍ମଗିରି ଅଲାରପୁର ଗାଁରୁ ଉଦ୍ଧାର ହୋଇଥିଲା ମା’ ସାପ ସହିତ ୬୦ରୁ ଊର୍ଦ୍ଧ୍ୱ ଅଣ୍ଡା । ଏସବୁ ଅଣ୍ଡା ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟରେ କୃତ୍ରିମ ପଦ୍ଧତିରେ ସଂରକ୍ଷିତ ରଖା ଯାଇଥିଲା । ସେଥିରୁ ଅଣ୍ଡା ଫୁଟି ଛୁଆ ସବୁ ବାହାରିଛନ୍ତି । ଆଜି ବ୍ରହ୍ମଗିରି ବନ ବିଭାଗ କାର୍ଯ୍ୟାଳୟକୁ ଏହି ସବୁ ସାପ ଛୁଆ ଅଣାଯାଇଛି ।

ଗତ ମାର୍ଚ୍ଚ ୧୪ ତାରିଖରେ ଏହି ସବୁ ସାପ ଅଣ୍ଡା ଉଦ୍ଧାର କରାଯାଇଥିଲା । ସ୍ନେକ୍‌ ହେଲପଲାଇନ୍‌ ସଦସ୍ୟମାନେ ଏହି ଅଣ୍ଡା ସବୁକୁ ଉଦ୍ଧାର କରିଥିଲେ । ସଂସ୍ଥାର ମୁଖ୍ୟ ଶୁଭେନ୍ଦୁ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ପରେ ସାପଗୁଡ଼ିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ମୋଟ ୭୨ଟି ଅଣ୍ଡାରୁ ୬୪ଟି ଛୁଆ ବାହାରିଛନ୍ତି ।ଏକକାଳୀନ ଭାବେ ଅଣ୍ଡା ସବୁକୁ ଫଟା ଯାଇ ଛୁଆ ବାହାର କରିବା ପ୍ରଥମଥର ପାଇଁ କରାଯାଇଛି । ଏସବୁ ହେଉଛନ୍ତି ଧଣ୍ଡ ସାପ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.