ଭଦ୍ରକ ପରେ ଭୁବନେଶ୍ୱର ଲିଙ୍ଗରାଜ ନଗରରୁ ୪୦ଟି ନାଗସାପ ଛୁଆ ଉଦ୍ଧାର

snakeଭୁବନେଶ୍ବର: ଭଦ୍ରକ ପରେ ଭୁବନେଶ୍ୱରର ଲିଙ୍ଗରାଜ ନଗରରୁ ଉଦ୍ଧାର ହୋଇଛି ୪୦ଟି ନାଗସାପ ଛୁଆ। ଓଲ୍ଡ ଟାଉନ୍ ଲିଙ୍ଗରାଜ ନଗରରେ ଦେବାଶିଷ ପାଢୀଙ୍କ ଘରୁ ଏହି ନାଗସାପ ଛୁଆ ଉଦ୍ଧାର ହୋଇଛି। କୋଠାଘର ହୋଇଥିଲେ ମଧ୍ୟ ଏଠାରୁ ନାଗସାପ ବାହାରିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଖବର ପାଇଁ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ସ୍ନେହଜିତଙ୍କ ଘର ପହଁଚିବା ପରେ ଏହି ସାପଛୁଆଙ୍କୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ପରିବେଶରେ ପରିବର୍ତ୍ତନ ଘଟିବା ସହ ସାପଙ୍କ ବାସସ୍ଥଳୀ କମି ଯାଉଥିବାରୁ ଏଭଳି ଘଟୁଥିବା କୁହାଯାଉଛି।

Leave A Reply

Your email address will not be published.