ରାୟଗଡା: କୁକୁଡ଼ା ଫାର୍ମରୁ ୮ ଫୁଟ ଲମ୍ବର ଅଜଗର ଉଦ୍ଧାର । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗାଁର ଏକ ବ୍ରୟଲର କୁକୁଡ଼ା ଫାର୍ମରୁ ଏହି ବିଶାଳ ଅଜର ଉଦ୍ଧାର ହୋଇଛି । ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମହିଳାମାନେ ଡିପଲିଟର ପ୍ରଣାଳୀରେ ହଜାରେ କୁକୁଡ଼ା ପାଳନ କରିଆସୁଛନ୍ତି । ଆଜି ଫାର୍ମରେ ଅଜଗର ଦେଖି ପାଟି କରିବାରୁ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା । ଅଜଗରଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି ସାପ ଧରାଳି । ଅଜଗର ୮ ଫୁଟ ଲମ୍ବା ଓ ୧୨ କିଲୋ ଓଜନ ରହିଥିବା ସୂଚନା ମିଳିଛି ।