ପ୍ରତିଶୋଧ ରାଗରେ ଜଳୁଥିଲା ବିଷଧର ସାପ, ଛକି ବସିଥିଲା ଦାଣ୍ଡ ଦୁଆରେ

ସାପ ପ୍ରତିିଶୋଧ ନିଏ । ଏହା ଖାଲି କଥାରେ ରହିଯାଇନି । ଏମିତି ଅନେକ ସାପ ଅଛନ୍ତି ଯେଉଁମାନେ ପ୍ରତିଶୋଧ ନବୋ ପାଇଁ ମଣିଷ ଆଖପାଖରେ ଘୂରି ବୁଲନ୍ତିି । ଆଉ ସୁଯୋଗ ମିଳିଲେ ଚୋଟ ମାରନ୍ତି । ପ୍ରତିଶୋଧ ନେବା ପାଇଁ ପାଳଗଦାରେ ଲୁଚି ରହିଥିଲା ସାପ । ୪ ଦିନ ତଳେ ଜଣେ ବ୍ୟକ୍ତିଙ୍କୁ ଚୋଟ ମାରି ପ୍ରାଣ ନେଲା । କିନ୍ତୁ ତା ପରେ ବି ଘର ଛାଡ଼ି ଗଲାନି ଆଉ ପାଖରେ ଥିବା ପାଳ ଗଦାରେ ଲୁଚି ରହିଥିଲା ।

ସେଦିନ ବିଳମ୍ବିତ ରାତିରେ ବିଷଧର ସାପଟି ଦାଣ୍ଡ ଦୁଆରେ ଲୁଚି ରହିଥିଲା । ଆଉ ଜଣେ ୭୦ ର୍ବଷୀୟ ବୃଦ୍ଧକୁ ଚୋଟ ମାରି ଜୀବନ ନେଇଗଲା । ହେଲେ ତା ମନରୁ ଯାଇନଥିଲା ପ୍ରତିଶୋଧର ରାଗ । ବୃଦ୍ଧଙ୍କୁ ମାରିବାର ୪ ଦିନ ପରେ ପୁଣି ଦାଣ୍ଡ ଦୁଆରେ ଘୂରି ବୁଲିଲା । ଆଜି ପରିବାର ଲୋକେ ସାପ ଦେଖି ଛାନିଆ । କେମିତି ବା ଭୟ କରି ନଥାନ୍ତେ । ୪ ଦିନ ତଳେ ଯେଉଁ ସାପ ସବୁକିଛି ସାରି ଦେଇଥିଲା । ସେହି ସାପ ପୁଣି ଦାଣ୍ଡ ଦୁଆରେ ଜଗି ବସିଛି । ତେବେ ପରିବାର ଲୋକେ ସଙ୍ଗେ ସଙ୍ଗେ ସାପଧରାଳିଙ୍କୁ ଖବର ଦେଲେ । ଆଉ ସାପ ଧରାଳି ଆସି ସେହି କାଳ ସାପକୁ ଉଦ୍ଧାର କରିଥିଲେ ।

ସୂଚନା ଅନୁସାରେ କୋଣାର୍କ ଥାନା ଅନ୍ତର୍ଗତ ରାଉଳ ପାଟଣା ଗାଁର ଜମ୍ବେଶ୍ୱର ମୁଦୁଲିଙ୍କ ଘରେ ଏହି ବିଷଧର ସାପକୁ ଉଦ୍ଧାର କରାଯାଇଛି । ଆଜକୁ ଠିକ ଚାରି ଦିନ ତଳେ ବିଳମ୍ବିତ ରାତିରେ ଜମ୍ବେଶ୍ୱରଙ୍କୁ ଚୋଟ ମାରିଥିଲା ବିଷଧର ସାପ । ହେଲେ ଜମ୍ବେଶ୍ୱରଙ୍କ ମୃତ୍ୟୁକୁ ୪ଦିନ ପରେ ବି ସାପଟି ଘର ପାଖ ପାଳ ଗଦା ଭିତରେ ଜଗି ରହିଥିଲା । ଏହି ଘଟଣା ଏବେ ର୍ଚଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବାବଳେେ ସ୍ନେକ ହେଲ୍ପ ଲାଇନକୁ ଡକାଇ ସାପକୁ ଧରି ଜଙ୍ଗଲରେ ଛଡ଼ାଯାଇଛି ।

ବିଶ୍ୱାସ କରାଯାଏ ଯେ ସାପକୁ ଆଘାତ କଲେ ହିଁ ସେ ପ୍ରତିଶୋଧ ପରାୟଣ ହୁଏ ଏବଂ ଚୋଟ ମାରେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ପୂରାଣ ର୍ବଣ୍ଣିତ କଥା ସତ ନା ଆଜିର ବିଜ୍ଞାନ ସତ । ଏନେଇ ବୁଦ୍ଧିଜୀବି ପୁରାଣକୁ ବିଶ୍ୱାସ କରୁଥିବାବେଳେ ବୈଜ୍ଞାନିକ ମତରେ ଏହାକୁ ଖଣ୍ଡନ କରୁଛନ୍ତି ଆଜିର ଯୁବ ପିଢ଼ି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like