ସ୍ନାନ ଯାତ୍ରା ପ୍ରସ୍ତୁତି: ମାର୍କେଟ ଛକରୁ ଆରମ୍ଭ ହେବ ବ୍ୟାରିକେଡ୍, ସିସିଟିଭି କ୍ୟାମେରାରେ କଡ଼ା ନଜର ରଖିବ ପୋଲିସ
ପୁରୀ(କେ.ନ୍ୟୁଜ୍): ସ୍ନାନଯାତ୍ରା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଏ ନେଇ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକ କରିଛନ୍ତି। ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ବୈଠକରେ ଆଲୋଚନା କରାଯାଇଛି। ଜଳ ଲାଗି, ହାତୀବେଶ ସମୟରେ ଶୃଙ୍ଖଳା ରକ୍ଷା ଉପରେ ଏ ଅବସରରେ ଗୁରୁତ୍ୱାରୋପ କରାଯାଇଛି। ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପରେ ଗୋଟିଏ ପାର୍ଶ୍ୱ ଦେଇ ପ୍ରବେଶ କରିବେ ଓ ଅନ୍ୟ ପାର୍ଶ୍ୱ ଦେଇ ପ୍ରସ୍ଥାନ କରିବେ।
ସେହିପରି ଶ୍ରୀ ବିଗ୍ରହଙ୍କ ସମ୍ମୁଖରେ ଯେଭଳି କୌଣସି ସେବାୟତ ଠିଆ ହୋଇ ଦର୍ଶନରେ ବାଧା ସୃଷ୍ଟି ନ କରିବେ, ସେ ନେଇ ସବୁ ସେବାୟତଙ୍କ ଭିତରେ ସମନ୍ଵୟ ରକ୍ଷା କରାଯିବ। ସ୍ନାନ ମଣ୍ଡପରେ ସିସିଟିଭି କ୍ୟାମେରାରେ ନଜର ରଖାଯିବ। ସ୍ନାନଯାତ୍ରା ପାଇଁ ମାର୍କେଟ ଛକରୁ ହେବ ବ୍ୟାରିକେଡ୍ ବ୍ୟବସ୍ଥା। ସେହିପରି ଶ୍ରୀନଅର ନିକଟରୁ ହେବ ଜିଗ୍ଜାଗ ବ୍ୟାରିକେଡ। ସହରରେ ୬ଟି ପାର୍କିଂ ସ୍ଥଳ କରାଯାଇଛି।