ଦାରିଙ୍ଗିବାଡି: ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡିର ବିଭିନ୍ନ ସ୍ଥାନରେ ତୁଷାରପାତ । ଗତ କିଛି ଦିନ ତଳେ ବର୍ଷା ହୋଇଥିବା ବେଳେ ବର୍ତ୍ତମାନ ଅଞ୍ଚଳରେ ପ୍ରବଳ ମାତ୍ରାରେ ତୁଷାରପାତ ହୋଇଛି । ଦୁଇ ଦିନ ଧରି ପାରଦ ଖସିବାରୁ ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଛି । ଘନ କୁହୁଡିର ଚାଦର ତଳେ ସାରା ଅଞ୍ଚଳ ରହିଛି । ପ୍ରବଳ ଜାଡରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଶୀତର ମଜା ନେବାକୁ ଦାରିଙ୍ଗବାଡିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ।