ଏବେଠୁ ହୋଇଯାନ୍ତୁ ସାବଧାନ, ନଚେତ ଆଗକୁ ଯାଇ ହୋଇପାରନ୍ତି ଭାଇରାଲ !

ସୋସିଆଲ ମିଡିଆରେ ଅଜଣା ଲୋକଙ୍କ ସହିତ ଚାଟିଂ କରୁଛନ୍ତି କି ? ତେବେ ହୋଇଯାନ୍ତୁ ସାବଧାନ ! ଏହା ଆପଣଙ୍କୁ ପକାଇପାରେ ଅସୁବିଧାରେ। ଆଜିକାଲିର ଡିଜିଟାଲ ଦୁନିଆରେ ସମସ୍ତେ ପ୍ରାୟ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି। ସୋସିଆଲ ମିଡିଆ ଫେସବୁକ ଦ୍ବାରା ଆମେ ଆମ ପୁରୁଣା ସାଂଗକୁ ଖୋଜି ପାଇପାରୁ, ଏହା ସହିତ ନୂଆ ସାଂଗମାନେ ମିଳିଯାନ୍ତି। ସୋସିଆଲ ମିଡିଆ ଜରିଆରେ ସମସ୍ତ ତଥ୍ୟ ସମସ୍ତଙ୍କୁ ସଂଗେ ସଂଗେ ମିଳିପାରୁଛି କିନ୍ତୁ ଏହି ସୋସିଆଲ ମିଡିଆର ଦୁରୁପଯୋଗ କରୁଛନ୍ତି କିଛି ଅସାମାଜିକ ଯୁବକ। ଏହି ଅସାମାଜିକ ଯୁବଙ୍କ ଖରାପ କାରନାମା ପାଇଁ ବହୁ ଯୁବତୀଙ୍କ ଜୀବନ ହାନି ମଧ୍ୟ ହେଲାଣି।

facebook-logoଆମ ରାଜ୍ୟ ଝାରସୁଗୁଡାରୁ ସାମ୍ନାକୁ ଆସିଛି ଏମିତି ଏକ ଘଟଣା ଯାହା ଆପଣଙ୍କର ହୋସ ଉଡାଇ ଦେବ। ଯଦି ଆପଣ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଜରୁରୀ। ପ୍ରଥମେ ଫେକ ଆକାଉଣ୍ଟ ଆଉ ତାପରେ ଅଜଣା ଝିଅଙ୍କ ସହିତ ବନ୍ଧୁତା । ଏହି ସବୁ ପରେ ଆରମ୍ଭ ହୋଇଯାଏ ବ୍ଲାକମେଲ୍। ଫେସବୁକରେ ଫେକ ଆକାଉଣ୍ଟ ଖୋଲିଥିବା ଜଣେ ଯୁବକକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ହେଲେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବନ୍ଧବାହାଲର ମୁକେଶ ବାରିକ। ସେ ଏକ ସଂସ୍ଥାରେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲା। ଯୁକ୍ତ ୩ ଶେଷ ବର୍ଷର ପଢ଼ୁଥିବା ୨୧ ବର୍ଷର ଏହି ଯୁବକ ଗିରଫ ହେବାପରେ ଚାଞ୍ଚଲ୍ୟକାର କାରନାମା ସାମ୍ନାକୁ ଆସିଛି। କାରଣ ଗୋଟିଏ କିମ୍ବା ଦୁଇଟି ନୁହେଁ ଏହି ଯୁବକ ପାଖାପାଖି ୩୫ରୁ ଅଧିକ ଫେକ ଆକାଉଣ୍ଟ ଖୋଲି ଯୁବତୀମାନଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଛି।

ଫେକ ଆକାଉଣ୍ଟ ଖୋଲି ଯୁବତୀମାନଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇବା ପରେ ସେମାନଙ୍କ ସହିତ ଚାଟିଂ କରୁଥିଲା। କେବଳ ଏତିକି ନୁହେଁ ଚାଟିଂ ମାଧ୍ୟମରେ ଅଶ୍ଳୀଳ ଫଟୋ ମଧ୍ୟ ମାଗୁଥିଲା। ଯୁବତୀମାନଙ୍କ ସହିତ ସଂପର୍କ ବଢ଼ାଇ ସେମାନଙ୍କ ସହିତ ଶାରୀରିକ ସଂପର୍କ ରଖୁଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ଏହି ଘଟଣାର ପର୍ଦ୍ଦାଫାସ କରିଛି ଝାରସୁଗୁଡା ପୋଲିସ। ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

whats app ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ କରିବା ଘଟଣା ପ୍ରଥମ ଥର ପାଇଁ ବେଲପାହାଡ ଅଞ୍ଚଳରୁ ଆସିଥିଲା। ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ତେବେ ପୋଲିସ ଏହି ଘଟଣାର କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ମୁକେଶର କାରନାମା ବଢ଼ି ଚାଲିଥିଲା। ପରେ ଲଖନପୁର ଏବଂ ଝାରସୁଗୁଡା ଅଞ୍ଚଳରୁ ସମାନ ଅଭିଯୋଗ ଆସିବା ପରେ ତତ୍ପରତା ଦେଖାଇଥିଲା ପୋଲିସ। ଝାରସୁଗୁଡାର ବିଭିନ୍ନ ଥାନାରେ ମୁକେଶ ବିରୁଦ୍ଧରେ ରହିଛି ଏକାଧିକ ମାମଲା। ଜବତ ହୋଇଥିବା ଫଟୋ ଏତେ ଅଶ୍ଲୀଳ ଯେ ତାକୁ କାହାକୁ ଦେଖାଇ ବି ହେବ ନାହିଁ । ଏଭଳି କାରନାମା କରି ଅନେକ ଯୁବତୀଙ୍କ ଜୀବନ ନଷ୍ଟ କରିବାକୁ ଧମକ ଦେଇଥଲା ମୁକେଶ ।

ତେବେ ଏଭଳି ମାରାତ୍ମକ ବ୍ୟକ୍ତିଙ୍କ ଠାରୁ କିଭଳି ଦୂରଇ ରହିବେ ଏବଂ ବିଶେଷ କରି ସୋସିଆଲ ମିଡିଆରେ ସତର୍କ ରହିବେ ସେ ବିଷୟରେ ଭଲ ଭାବେ ଜାଣି ନିଅନ୍ତୁ । କାରଣ ଟିକିଏ ଅସାବଧାନତା ଆପଣଙ୍କ ଜୀବନକୁ ବରବାଦ କରି ଦେଇ ପାରେ ।

ତେବେ ଯୁବତୀମାନେ ଏହା ଉପରେ ଧ୍ୟାନ ରଖନ୍ତୁ !

-ପ୍ରଥମେ ଆପଣ ଫ୍ରେଣ୍ଡ ରିକୁଏଷ୍ଟ କରୁଥିବା ବ୍ୟକ୍ତିଙ୍କର ପ୍ରୋଫାଇଲ ଚେକ କରନ୍ତୁ।

– ଦେଖନ୍ତୁ ଯେ ତାଙ୍କର ଏହି ଆକାଉଣ୍ଟ କେତେ ଦିନର ପୂର୍ବର ?

– ବ୍ୟକ୍ତିଙ୍କର ପୋଷ୍ଟରେ ଦେଖନ୍ତୁ କେଉଁଭଳି ଫଟୋ ପୋଷ୍ଟ କରାଯାଇଛି ?

-ନିଜସ୍ବ ଲେଖା କିମ୍ବା ଭିଡିଓ ପୋଷ୍ଟ କରୁଛନ୍ତି ନା ଫରୱାର୍ଡ ଡେଡ ?

-ଫ୍ୟାମିଲୀ ଫଟୋ ରହିଛି ନା ନାହିଁ ?

-ସେହି ବ୍ୟକ୍ତିଙ୍କର ଫ୍ରେଣ୍ଡ ଲିଷ୍ଟରେ ଦେଖନ୍ତୁ ମ୍ୟୁଚୁଆଲ କେତେ ଜଣ ?

-କାର‌୍ୟ୍ୟକ୍ଷେତ୍ରର ଠିକଣା ରହିଛି ନା ଓନ ଜବ ଲେଖା ଯାଇଛି।

-ଚେକ କରନ୍ତୁ ସେହି ଗୋଟିଏ ପ୍ରୋଫାଇଲରୁ ବାରମ୍ବାର ଆପଣଙ୍କ ପାଖକୁ ଫ୍ରେଣ୍ଡ ରିକୁଏଷ୍ଟ ଆସୁଛି କି ?

-ଯଦି ସେହି ଆକାଉଣ୍ଟରୁ ଆପଣଙ୍କର ମେସେଞ୍ଜରକୁ ମଧ୍ୟ ମେସେଜ ଆସୁଛି ତେବେ ତୁରନ୍ତ ତାଙ୍କୁ ବ୍ଲକ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.