ଗାଁରୁ ବାସନ୍ଦ ମେଘରାଙ୍କୁ ମିଳିଲାନି କାନ୍ଧ : ମାନବିକତା ଦେଖାଇ ସତ୍କାର କଲେ ବିଜୁ ଯୁବ ବାହିନୀ ସଭ୍ୟ

ବାଲେଶ୍ୱର(କେନ୍ୟୁଜ୍) : ମାନବିକତାର ମୃତ୍ୟୁ । ମିଳିଲାନି ମୃତଦେହକୁ କାନ୍ଧ। ୨ଦିନ ଧରି ଘରେ ମୃତଦେହ ପଡ଼ିରହିବା ପରେ ଶେଷରେ କାନ୍ଧ ଦେବାକୁ ଆଗେଇ ଆସିଲା ବିଜୁ ଯୁବ ବାହିନୀ। ସଭ୍ୟ ସମାଜରେ ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରର ଜଳେଶ୍ୱରର ଦେଉଳଗାଡ଼ ଗାଁରେ। ଡାହାଣୀ ସନ୍ଦେହରେ ଗତ ୮ବର୍ଷ ଧରି ମେଘରା ବେଶ୍ରାଙ୍କୁ ଗ୍ରାମବାସୀମାନେ ବାସନ୍ଦ କରିଥିଲେ। ୨ଦିନ ତଳେ ତାଙ୍କର ମୃତ୍ୟୁ ଘଟିଥିଲେ ସୁଦ୍ଧା ଶବ ସତ୍କାର ପାଇଁ କୌଣସି ଗ୍ରାମବାସୀ ଆସି ନଥିଲେ। ଏକମାତ୍ର ପୁଅ ଗ୍ରାମବାସୀଙ୍କୁ ନେହୁରା ହୋଇଥିଲେ ମଧ୍ୟ ଗାଁ ଦାଣ୍ଡରେ ବୈଠକ ପରେ ନିଷ୍ପତ୍ତି ହେବ ବୋଲି କହିଥିଲେ। ପରେ ଜଳେଶ୍ୱର ବିଜୁ ଯୁବ ବାହିନୀ ଶବକୁ ନେଇ ସତ୍କାର କରିଥିଲେ।