ମହାନତା ଦେଖାଇଲେ ସମାଜସେବୀ ଅଭିମନ୍ୟୁ ଦାସ, ଅସହାୟଙ୍କ ଆତ୍ମାର ଶାନ୍ତି ପାଇଁ ଦେଲେ ଶ୍ରାଦ୍ଧ

କଟକ:  ଏ ଦୁନିଆ ସ୍ୱାର୍ଥପର । ଯାହାର ଅନେକ ନଜିର ପ୍ରତିଦିନ ଦେଖିବାକୁ ମିଳେ ଆମ ଚାରିପାଖରେ । ରାସ୍ତାରେ ମରି ପଡ଼ିଥିଲେ ବି କେହି ଆଖି କଣରେ ଚାହାଁନ୍ତି ନାହାଁ କି ଟିକିଏ ଭଲ ମନ୍ଦ ପଚାରି ବୁଝନ୍ତି ନାହିଁ । ସମସ୍ତେ ନିଜ କାର୍ଯ୍ୟରେ ଏପରି ବ୍ୟସ୍ତ ରହୁଛନ୍ତି ଯେ କାହା କଥା ବୁଝିବା ପାଇଁ ସମୟ ନାହିଁ କାହାରି ପାଖରେ । ଅସୁବିଧାରେ ପଡ଼ି ଛଟପଟ ହେଉଥିଲେ ବି ମଣିଷଙ୍କୁ ଦେଖି ମୁହଁ ଫେରାଇ ନେଇଥାଏ ଏଇ ମଣିଷ ।  ତେବେ ଆଜିର ଏଇ ସ୍ୱାର୍ଥପର ଦୁନିଆରେ ସବୁଠି ଚାଲିଛି ନିଜ ନିଜ ଭିତରେ ଗୋଡ ଟଣାଟଣି । ଏଠି ସତରେ କଣ କାହା ମନରେ ସମ୍ପର୍କକୁ ନେଇ ଭାବନା ଅଛି? ସବୁ ଆଜ୍ଞା ମୟା,ମୋହ । ଆଜିକା ସମୟରେ କାହାକୁ ସହାୟତାର ହାତ ବଢାଇବାର ଲୋକ ବହୁତ କମ୍ । ନିଜ ରକ୍ତ ସମ୍ପର୍କ ବି ଏଠି ଶତ୍ରୁ ପାଲଟୁଛି  ।

କିନ୍ତୁ କେଉଁଠି ନା କେଉଁଠି  ଏ ଦୁନିଆରେ ଏବେ ବି ବଞ୍ଚିରହିଛି ମାନବିକତା । ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି କଟକରେ । ଅମର ଆତ୍ମାଙ୍କର ସଦଗତି ନିମନ୍ତେ ଶାନ୍ତି ଯଜ୍ଞ ପାଠ । ଏମିତି କିଛି ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା କଟକ ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରେ । କଟକରେ ମେଡ଼ିକାଲ ମାନଙ୍କରେ ବିଭିନ୍ନ ସମୟରେ ମୃତ୍ୟୁବରଣ କରୁଥିବା ଅସହାୟ ମାନଙ୍କ ଅମର ଆତ୍ମାର ଶାନ୍ତି ପାଇଁ ସମାଜସେବୀ ଅଭିମନ୍ୟୁ ଦାସଙ୍କ ଦ୍ଵାରା ଏଭଳି ଏକ ମହତ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ତେବେ ବହୁ ସମୟରେ ଅନେକ ଅସହାୟ ଗରିବ ଶ୍ରେଣୀର ଓ ପରିଚୟ ବିହୀନ ଲୋକେ ଖୁବ୍ ଯନ୍ତ୍ରଣା ସହି ସହି ଶେଷରେ ଏ ଦୁନିଆ ଛାଡି ଚାଲିଯାଉଛନ୍ତି । ଶେଷ ସମୟରେ ନିଜର ଲୋକଠାରୁ ମୁଖାଗ୍ନି ତ ଦୁରର କଥା ପାଣି ବି ଟିକେ ପାଉନାହାନ୍ତି । କିଛି ସ୍ଥାନରେ ସେମାନଙ୍କ ପରିବାର ଲୋକେ ଶ୍ରାଦ୍ଧ ଟିକେ କରିବା ପାଇଁ ବି ସକ୍ଷମ ନଥାନ୍ତି । ଯାହାକୁ ହୃଦୟଙ୍ଗମ କରିଥିଲେ ସମାଜସେବୀ ଅଭିମନ୍ୟୁ ଦାସ । ତେଣୁ ଏହି ସମୂହ ଶାନ୍ତି ଯଜ୍ଞ ଆୟୋଜନ କରିଥିଲେ । ଏହି ଶାନ୍ତି ଯଜ୍ଞରେ ସମସ୍ତଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରାଯାଇଥିଲା । ପୁରା ରୀତି ନୀତି ଅନୁଯାୟୀ ଯଜ୍ଞ, ପୂଜା ପାଠ ଓ  ଶେଷରେ ପ୍ରସାଦ ସେବନ କରାଯାଇଥିଲା ।

ଆମେ ସମସ୍ତେ ଜାଣନ୍ତି ଏ ଜୀବନର ମାନେ । କିଏ ବା ନିଜ ଜୀବନକୁ ନ ଭଲ ପାଏ । ନିଜ ଜୀବନ ପ୍ରତି କାହାର ବା ଲୋଭ ନଥାଏ । କିନ୍ତୁ ଏ ସ୍ୱାର୍ଥପର ଦୁନିଆରେ ନିଜ ଜୀବନ ପ୍ରତି ସାମାନ୍ୟ ବିପଦ ଆସିଲେ କେହି କେହି ଅନ୍ୟର କ୍ଷତି କରିବାକୁ ବି ପଛାନ୍ତି ନାହିଁ, କି ସହାୟତାର ହାତ ବଢାଇବାକୁ ଚାହାଁନ୍ତି ନାହିଁ । ସମ୍ପକକୁ ଭୁଲି ଏତେ ଶତୃତା ହୋଇଯାଏ ଯେ, ବନ୍ଧୁ ପରିଜନମାନେ ବି ଶେଷ ସମୟରେ ଚାରି ଚାରି କାନ୍ଧ ଦେବାକୁ ମନା କରିଦିଅନ୍ତି । ଏଭଳି ସ୍ଥିତିରେ ଅଜଣା, ଅଚିହ୍ନା ଲୋକ ଯେଉଁମାନେ କି କଟକରେ ମେଡ଼ିକାଲ ମାନଙ୍କରେ ବିଭିନ୍ନ ସମୟରେ ମୃତ୍ୟୁବରଣ କରୁଛନ୍ତି ସେହି ଅସହାୟମାନଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ କରିବା ଭଳି ଏକ ମହତ୍ ଘଟଣାକୁ ଏବେ ସବୁ ମହଲରେ ବେଶ ପ୍ରଶଂସା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like