ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: କଲ୍‌ ଡିଟେଲ୍‌ ଯାଞ୍ଚ କଲା ଜିଆର୍‌ପି, ଖୁବଶୀଘ୍ର ଥାନାରେ ହାଜର ହେବେ ପପୁ ଓ ବିକାଶ

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ଜାରି ରହିଛି ସସ୍‌ପେନ୍ସ । ଏହାରି ଭିତରେ ଆଦିତ୍ୟଙ୍କ କଲ୍‌ ଡିଟେଲ୍‌ ଯାଞ୍ଚ କରିଛି ଜିଆର୍‌ପି। ଜୁନ୍‌ ୧ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ସମସ୍ତ କଲ୍‌ ଡିଟେଲ୍‌ ଯାଞ୍ଚ କରାଯାଇଛି । ଏହାରି ଭିତରେ ଖୁବଶୀଘ୍ର ଥାନାରେ ହାଜର ହେବେ ପିପୁଲ ଫର୍‌ ସେବାର ଦୁଇ ସଦସ୍ୟ ପପୁ ଓ ବିକାଶ। ଏହାସହିତ ସେବାଶ୍ରମର ଆର୍ଥିକ କାରବାରକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

ସୂଚନା ଥାଉକି ଗତ ୭ତାରିଖରେ ଘଟିଥିବା ଏହି ଘଟଣାରେ ଜିଆରପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ପୂର୍ବରୁ ୟୁଡି କେସ୍‌ ରୁଜୁ ହୋଇଥିଲା। ଜିଆରପି ପକ୍ଷରୁ ପରିବାର ଲୋକଙ୍କ ବୟାନ୍‌ ରେକର୍ଡ କରାଯାଇଥିଲା। ତେବେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମାଲା ରୁଜୁ କରିଥିଲା।

ଅନ୍ଯପଟେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ମୃତ୍ୟୁ ଘଟିଥିବା କୁହାଯାଇଛି । ଏହାସହ ଛାନ୍‌ଭିନ୍‌ ବେଳେ ଘର ଭିତରୁ ୪ପେଜ୍‌ର ସୁଇସାଇଡ୍‌ ନୋଟ୍‌ ପୋଲିସ ଜବତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.