ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କୁ କୋଲକାତାର ଟିଆଇୟୁ ପକ୍ଷରୁ ୫୯ତମ ଡକ୍ଟୋରେଟ୍ ଡିଗ୍ରୀ

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ କୋଲକାତାର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ଟେକ୍ନୋ ଇଣ୍ଡିଆ ୟୁନିଭରସିଟି (TIU ) ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି  । ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମାବର୍ତ୍ତନ ଉତ୍ସବ ୨୦୨୪ରେ ଡ. ସାମନ୍ତଙ୍କୁ ଏହି ସମ୍ମାନସୂଚକ ଡ଼କ୍ଟୋରେଟ୍‍ ଡ଼ିଗ୍ରୀ ପ୍ରଦାନ କରାଯାଇଛି  । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହା ହେଉଛି ଡ. ସାମନ୍ତଙ୍କ ୫୯ତମ ସମ୍ମାନସୂଚକ ଡକ୍ଟୋରେଟ୍‍ ଡ଼ିଗ୍ରୀ । ବିଶିଷ୍ଟ ସଙ୍ଗୀତଜ୍ଞ ଶଙ୍କର ମାଧବନ, ହଲିଉଡ୍ ଅଭିନେତ୍ରୀ ସବାନା ଆଜମୀ ଓ ଟେନିସ ତାରକା ଲିଆଣ୍ଡର ପେସଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନ ସୂଚକ ଡକ୍ଟୋରେଟ ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ନିମନ୍ତେ ଡ. ସାମନ୍ତ ଟେକ୍ନୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ ପଶ୍ଚିମବଙ୍ଗବାସୀଙ୍କୁ ସେମାନଙ୍କର ସ୍ନେହ ଓ ଭଲପାଇବା ପାଇଁ କୃତଜ୍ଞତା ଜଣାଇଛନ୍ତି । ଏହା ପୂର୍ବରୁ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଶ୍ୱର ବିଭିନ୍ନ ଦେଶର ବହୁ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ଡ. ସାମନ୍ତଙ୍କୁ ସମ୍ମାନସୂଚକ ଡ଼କ୍ଟୋରେଟ୍‍ ଡ଼ିଗ୍ରୀ ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.