ନିରାଶ୍ରୟ ବୃଦ୍ଧବୃଦ୍ଧାଙ୍କୁ ବଦାନ୍ୟତାର ହାତ ବଢ଼ାଇଲେ ସମାଜସେବୀ, ଆଗାମୀ ଦିନରେ ସହଯୋଗ କରିବାକୁ ଦେଇଛନ୍ତି ପ୍ରତିଶୃତି

ମଣିଷ ସ୍ୱାର୍ଥପରତାରେ ବୁଡି ନିଜ ବାପା ମାଆଙ୍କୁ ଘରୁ ତଡି ଦେଉଛନ୍ତି । କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଏ ବୁଢ଼ାବୁଢ଼ୀଙ୍କ ଦୁଃଖ ବୁଝିଛନ୍ତି । ଆଉ ସେମାନଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ଲୁଗାପଟା ପର୍ଯ୍ୟନ୍ତ ସବୁ କିଛି ଯୋଗାଇ ଦେଉଛନ୍ତି । ସମାନଭାବେ କିଛି ସମାଜସେବୀମାନେ ଏ ବୃଦ୍ଧବୃଦ୍ଧାଙ୍କୁ ଯଥା ସମ୍ଭବ ସାହାଯ୍ୟ କରିଛନ୍ତି ।

ତେବେ ନିରାଶ୍ରୟ ଅସହାୟ ଲୋକଙ୍କ ସାହାରା ପାଲଟିଛି ଦୁଃଖୀ ଶ୍ୟାମ ବୃଦ୍ଧା ଶ୍ରମ । କଟକ ଜିଲ୍ଲା ସାଲେପୁର ବ୍ଲକ୍ ରାମକୃଷ୍ଣପୁର ଗାଆଁରେ ଅବସ୍ଥିତ ଏହି ଆଶ୍ରମ ଯେଉଁଠି ରୁହନ୍ତି ଅନେକ ଅସହାୟ ବିକଳାଙ୍ଗଗ୍ରସ୍ତ ଓ ନିରାଶ୍ରୟ ବୃଦ୍ଧବୃଦ୍ଧା । କୌଣସି ସରକାରୀ ଅନୁଦାନ ନଥାଇ ମଧ୍ୟ କିଛି ଯୁବକଙ୍କ ମିଳିତ ପ୍ରୟାସରେ ବିଭିନ୍ନ ଲୋକଙ୍କ ସାହାଯ୍ୟ ଦାନରେ ଏହି ଆଶ୍ରମ ଚାଲୁଛି । ପ୍ରତ୍ୟେକ ଦିନ କେହି ନା କେହି ବଦାନ୍ୟ ବ୍ୟକ୍ତି ଏହି ଆଶ୍ରମକୁ ଆସି ଅନ୍ତେବାସୀମାନଙ୍କ ସହ ସମୟ ବିତାଇବା ସହ କିଛି ସାହାଯ୍ୟ କରି ଥାଆନ୍ତି । ଯାହା ଫଳରେ ଏହି ଆଶ୍ରମଟି ଚାଲି ଥାଏ । ତେବେ ରାଷ୍ଟ୍ରୀୟ ସମାଜସେବୀ ମହିଳା ପରିଷଦର ଏକ ପ୍ରତିନିଧି ଦଳ ଏହି ଆଶ୍ରମକୁ ଆସିଥିଲେ । ପରେ ସେମାନେ ଅନ୍ତେବାସୀମାନଙ୍କ ସହ କିଛି ସମୟ ବିତାଇଥିଲେ । ଆଉ ସାଙ୍ଗରେ ଆଣିଥିବା ବିଭିନ୍ନ ଖାଦ୍ୟ ସହ ବସ୍ତ୍ରକୁ ଅନ୍ତେବାସୀଙ୍କୁ ଦେଇଥିଲେ । ଆଗାମୀ ଦିନରେ ପରିଷଦ ପକ୍ଷରୁ ଏହି ଆଶ୍ରମକୁ ସମସ୍ତ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ ସମସ୍ତେ ।

ଏହି ଆଶ୍ରମରେ ରହୁଥିବା ବେସାହାରା ଲୋକଙ୍କୁ ସାହାଯ୍ୟ କରି ସତରେ ଏମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଯଦି ଏମାନଙ୍କ ଭଳି ଅନ୍ୟମାନେ ବି ଏ ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ ତେବେ ଏମାନଙ୍କ ଦୁଃଖ ଦୂର ହୁଅନ୍ତା ।