ମା’ ଉଗ୍ରତାରାଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା

ଭୂଷଣ୍ଢପୁର(କେନ୍ଯୁଜ୍) : ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଢପୁର ସ୍ଥିତ ମା ଉଗ୍ରତାରା ପୀଠରେ ଚାଲିଛି ମହା ଆଡମ୍ବର ସହକାରେ ମାଙ୍କର ଷୋଡଶ ଉପଚାର ପୂଜା । ମା ଉଗ୍ରତାରା ସାରା ରାଜ୍ଯରେ ବେଶ୍ ପ୍ରତିଷ୍ଠିତ । ତନ୍ତ୍ର ପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି ମାଆଙ୍କ ପୀଠ । ଏହି ପୀଠରେ ମାଙ୍କର ବିଭିନ୍ନ ପର୍ବପର୍ବାଣି ପାଳିତ ହୋଇଥାଏ । ସେଥି ମଧ୍ଯରୁ ଦୁର୍ଗାପୂଜା ଅନ୍ଯତ୍ତମ । ମୂଳା ଅଷ୍ଟମୀ ଠାରୁ ଆରମ୍ଭ ହୋଇ ବିଜୟା ଦାଶମୀରେ ଶେଷ ହୋଇଥାଏ। ପ୍ରଥମ ଦିନରେ ଶହ ଶହ କୁମ୍ଭ ବରଣ କରାଯାଇ ମାଙ୍କର ଷୋଳଦିନାତ୍ମକ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ମା ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

Ugratara ମା ଉଗ୍ରତାରଙ୍କ ପୀଠରେ ମନସ୍କାମନା ପୂର୍ଣ୍ଣ କରିବା ସହ ବ୍‌ହସ୍ପତିଙ୍କର ଆଶିଷ ପାଇବା ପାଇଁ ଭକ୍ତମାନେ କାହିଁ କେତେ ଦୂରରୁ ଏଠାକୁ ଛୁଟିଆସିଥାନ୍ତି । ମାଙ୍କର ପ୍ରତିଷ୍ଠିତ ସ୍ଥାନ ହେଉଛି ମୂଳଝର ଗଡ । ମାଙ୍କ ତିନି ପାର୍ଶ୍ବରେ ତିନୋଟି ପର୍ବତ ଦଣ୍ଡାୟମାନ । ଚାରି ଦିଗରେ ନିଳାମ୍ବୁ ଚିଲିକା ହ୍ରଦ ଅବସ୍ଥିତ । ମା ଉଗ୍ରତାରା ହେଉଛନ୍ତି ବ୍‌ହସ୍ପତିଙ୍କ ଇଷ୍ଟଦେବୀ । ସେଥିପାଇଁ ଆଜି ବ୍ହସ୍ପତିଙ୍କ ଉଦ୍ଦେଶ୍ଯରେ ବହୁ ଆଡମ୍ବର ସହକାରେ ପୂଜାପାଠ କରାଯାଉଛି ।

You might also like