ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା: କୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ପୁରୁଷ ବନ୍ଧୁ ସୌମ୍ୟଜିତ୍

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ବରର ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲାରେ କୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ପୁରୁଷ ବନ୍ଧୁ ସୌମ୍ୟଜିତ୍ ମହାପାତ୍ର। ଗିରଫ ଭୟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି ସୌମ୍ୟଜିତ । ଶ୍ୱେତାଙ୍କ ସହ ତାଙ୍କ ଫୋନ୍‌ ବାର୍ତ୍ତାଳାପ ଭାଇରାଲ ହେବାପରେ ସେ ଫେରାର ହୋଇଯାଇଛନ୍ତି ।

ସୂଚନା ଥାଉକି,  ଝିଅକୁ ନ୍ୟାୟ ଦାବିରେ ଗତକାଲି ଡିସିପିଙ୍କ ପାଖରେ ଫେରାଦ ହୋଇଛନ୍ତି ଶ୍ୱେତାଙ୍କ ପରିବାର । ସୌମ୍ୟଜିତ ଓ ଶ୍ୱେତାଙ୍କ ପ୍ରେମ ସମ୍ପର୍କରେ ଜାଣିଥିବା ୪ ଜଣ ସାଙ୍ଗଙ୍କ ବିଷୟରେ ଡିସିପିଙ୍କୁ ସୂଚନା ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ପୋଲିସ ସେହି ୪ ଜଣଙ୍କୁ ଡାକି ପଚରାଉଚରା କରିବ । ତଦନ୍ତ ଭିତରେ ସାମନାକୁ ଆସିଛି ଶ୍ୱେତାଙ୍କ ଡାଏରୀର ଏକ ଅଂଶ । ଯେଉଁଥିରେ ସୌମ୍ୟଜିତଙ୍କ ସହ ସମ୍ପର୍କ ବାବଦରେ ଲେଖାଅଛି। ଶ୍ୱେତା ଲେଖିଛନ୍ତି, ସୌମ୍ୟଜିତ ତାଙ୍କୁ ପତ୍ନୀ ଭାବରେ ଗ୍ରହଣ କରୁଛନ୍ତି । ତାଙ୍କ ପ୍ରତି ଓ ତାଙ୍କ ପରିବାର ପ୍ରତି ସମ୍ମାନ ବଢ଼ିଯାଇଛି । ହେ ଭଗବାନ ଆମ ସମ୍ପର୍କକୁ ସୁରକ୍ଷିତ ରଖିବା ସହ ଆଶୀର୍ବାଦ କରନ୍ତୁ । ପୂର୍ବ ଅପେକ୍ଷା ସମ୍ପର୍କ କିଭଳି ଅଧିକ ମଜଭୁତ ହେବ ଭଗବାନ ସହାୟତା କରନ୍ତୁ । ଶେଷରେ ଲେଖିଛନ୍ତି, ସୌମ୍ୟଜିତ ଲଭ୍‌ସ ଶ୍ୱେତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.