ରାଜ୍ୟ

ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଆଉ ତାପରେ ବାରମ୍ବାର ଗର୍ଭପାତରେ ବି ଓସ୍ତାଦ୍‌ ହାବିଲଦାର

ଭୁବନେଶ୍ୱର (କେନ୍ୟୁଜ) : ପେଶାରେ ହାବିଲଦାର କିନ୍ତୁ ନିଶା ପ୍ରେମରେ ଫସାଇବା । ଖାଲି ପ୍ରେମ ନୁହେଁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଆଉ ତାପରେ ବାରମ୍ବାର ଗର୍ଭପାତରେ ବି ଓସ୍ତାଦ୍‌ । ନାଁ ପୁଣି ପ୍ରେମସାଗର, ଲାଗୁଛି ନିଜ ନାଁର ଭଲ କି ୟୁଟିଲାଇଜ କରିଛନ୍ତି ଏ ହାବିଲଦାର ଜଣଙ୍କ । ପ୍ରେମ ସାଗରରେ ଏମିତି ଭସାଉଥିଲେ ଯେ, ଝିଅ ବି ଫସିଯାଉଥିଲେ ।

ଆଜିର ଖବରରେ ଏହି ଖବର ଅଛି ଭାରି ଚର୍ଚ୍ଚାରେ । କାହିଁକିନା ଏ ଲୋକ ଜଣଙ୍କ କାମ ସେମିତି କରିଛନ୍ତି । ଯାହା ବିଷୟରେ ଯିଏ ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି । ଆଉ ରାଗ ଲାଗୁଛି। ଏ ଚିତ୍ରରେ ଆପଣ ଦେଖୁଥିବା ଏ ଲୋକ ଜଣଙ୍କ ଜଣେ ଅଧ୍ୟାପିକାଙ୍କୁ କରିଛନ୍ତି ଲଭ୍‌ ସେକ୍ସ ଧୋକା ।

ଏହି SOG ହାବିଲଦାରଙ୍କ କଳଙ୍କିତ କାରନାମା ଆଜି ରହିଛି ଚର୍ଚ୍ଚାରେ । ଏ ବ୍ୟକ୍ତିଙ୍କ ନାଁରେ ଜଣେ ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରଥମେ ଶାରୀରିକ ସମ୍ପର୍କ ପରେ ବାରମ୍ବାର ଗର୍ଭପାତ ଅଭିଯୋଗ ହୋଇଛି। ଏହାପରେ ଚନ୍ଦକା SOG କ୍ୟାମ୍ପର ହାବିଲଦାର ପ୍ରେମସାଗର ବାରାଙ୍କୁ ବାନ୍ଧିଲା ପୋଲିସ।

ସୂଚନା ମୁତାବକ ଦୀର୍ଘ ୮ ବର୍ଷ ହେବ ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲା ପ୍ରେମ ସାଗର। ରେଣ୍ଟାଲ କଲୋନୀରେ ଦୁହେଁ ୮ ବର୍ଷ ହେବ ଏକାଠି ରହି ଆସୁଥିଲେ। କିନ୍ତୁ ଯେତେବେଳେ ଅଧ୍ୟାପିକା ଜଣଙ୍କ ବାହାଘର କଥା କହିଲେ , ସେଇଠୁ ଆରମ୍ଭ ହେଲା ଅସଲ ଖେଳ । ଅଧ୍ୟାପିକା ଜଣଙ୍କ ବିବାହ ପାଇ କହିବାରୁ ପ୍ରେମ ସାଗର ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିଲେ। ପରେ ମହିଳା ଥାନାରେ ଅଭିଯୋଗ ପରେ ପ୍ରେମ ସାଗରକୁ ବାନ୍ଧିଛି ମହିଳା ଥାନା ପୋଲିସ। ଖାଲି ଅଧ୍ୟାପିକା ନୁହଁନ୍ତି ପ୍ରେମସାଗର ଅନେକ ଝିଅଙ୍କ ସହ ସମ୍ପର୍କ ଥିବା ନେଇ ଥାନାରେ ହୋଇଛି ଅଭିଯୋଗ ।

 

Pritiparna

Recent Posts

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ବିଗ୍ ଫୋର୍, ରହିବ ଅନେକ ଚ୍ୟାଲେଞ୍ଜ

କେନ୍ୟୁଜ (ବ୍ୟୁରୋ) : ବିଭାଗ ବଣ୍ଟନ ସରିଛି । ଏବେ ଦାୟିତ୍ୱ ନେବା ପରେ ମନ୍ତ୍ରୀମାନଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ…

4 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

45 mins ago

ଶେଷ ରଜରେ କିଣି ଆଣନ୍ତୁ ସୁନା, ଜାଣନ୍ତୁ କେତେ ରହିଛି ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

2 hours ago

ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଯାଇ ମା ସମଲେଶ୍ୱରୀଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର(କେନ୍ୟୁଜ): ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଗସ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମା…

2 hours ago

ଆଗକୁ ବଢୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ: ଆସନ୍ତା ୩ରୁ ୪ଦିନ ମଧ୍ୟରେ କିଛି ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ):  ଆଗକୁ ବଢୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୩ରୁ ୪ଦିନ ମଧ୍ୟରେ କିଛି ଅଞ୍ଚଳକୁ…

2 hours ago

ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର: ପାଇପରେ ଆସୁନି ପାଣି, ଟ୍ୟାଙ୍କର ଉପରେ ଭରସା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର । ଅଧିକାଂଶ ସ୍ଥାନରେ ଜଳ ସଂକଟର ବିକଳ ଚିତ୍ର । ପାଇପରେ…

2 hours ago