କଳାପଥର ଖାଦାନରେ ମାଟି ଅତଡ଼ା ଧସିବା ଘଟଣା: ଏକାଧିକ ଶ୍ରମିକ ପଥର ତଳେ ଚାପି ହୋଇ ରହିଥିବା ସନ୍ଦେହ

ଯାଜପୁର ଧର୍ମଶାଳା ତହସିଲ ଡଙ୍କାରି ପାହାଡ଼ର କଳାପଥର ମାଇନ୍ସରେ ମାଟି ଅତଡ଼ା ଧସିପଡ଼ିବା ଘଟଣା । ଗତକାଲି ପଥର ତଳୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏକାଧିକ ଶ୍ରମିକ ପଥର ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ଧର୍ମଶାଳା ତହସିଲ ପ୍ରଶାସନ, ଜେନାପୁର ପୋଲିସ ସହ ଏନଡ଼ିଆରଏଫ ଟିମ ମୁତୟନ ହୋଇଛନ୍ତି। ମେସିନ ସାହାଯ୍ୟରେ ପଥର ହଟାଇବାକୁ ଉଦ୍ୟମ କରାଯାଉଛି ।

ଯାଜପୁର (କେନ୍ୟୁଜ): ଯାଜପୁର ଧର୍ମଶାଳା ତହସିଲ ଡଙ୍କାରି ପାହାଡ଼ର କଳାପଥର ମାଇନ୍ସରେ ମାଟି ଅତଡ଼ା ଧସିପଡ଼ିବା ଘଟଣା । ଗତକାଲି ପଥର ତଳୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏକାଧିକ ଶ୍ରମିକ ପଥର ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି ।  ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  ଘଟଣାସ୍ଥଳରେ ଧର୍ମଶାଳା ତହସିଲ ପ୍ରଶାସନ, ଜେନାପୁର ପୋଲିସ ସହ ଏନଡ଼ିଆରଏଫ ଟିମ ମୁତୟନ ହୋଇଛନ୍ତି। ମେସିନ ସାହାଯ୍ୟରେ ପଥର ହଟାଇବାକୁ ଉଦ୍ୟମ କରାଯାଉଛି ।

ଗତକାଲି କଳାପଥର ଖାଦାନରେ ଡ୍ରିଲ ହେଉଥିବାବେଳେ ମାଟି ଅତଡ଼ା ଧସିଯାଇଛି ।  ଏହି ଘଟଣାରେ ଗୋଟିଏ ମୃତଦେହ ମିଳିଥିବା ବେଳେ ଆଉ ୩ ଜଣ ପଥର ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଜେନାପୁର ପୋଲିସ ପହଂଚି ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଛି ।   ପୂର୍ବରୁ ଏଠାରେ ଥିବା ପଥର ଖାଦାନ ଗୁଡିକରେ ଏଭଳି ଦୁର୍ଘଟଣା ଘଟି ବହୁ ନିରୀହ ଶ୍ରମିକଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି ।  ଖବର ପାଇ ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହି ଓ କଂଗ୍ରେସ ନେତା କିଶାନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ଶ୍ରମିକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

 

Leave A Reply

Your email address will not be published.